ସଡ଼କ ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଆସିଲା ପୋଲିସ ବୟାନ, କହିଲା କେମିତି ହେଲା ଦୁର୍ଘଟଣା

Published By : Prameya-News7 Bureau | September 04, 2022 IST

ପାଲଘର ୪।୯: ଟାଟା ସମୂହଙ୍କ ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ରବିବାର ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅହମ୍ମଦାବାଦରୁ ସଡକ ରାସ୍ତାରେ ମୁମ୍ବାଇ ଫେରୁଥିବା ବେଳେ ମିସ୍ତ୍ରୀଙ୍କ କାର ପାଲଘର ନିକଟରେ ରୋଡ ଡିଭାଇଡର ସହ ଧକ୍କା ଲାଗିଥିଲା। ଫଳରେ ଘଟଣାସ୍ଥଳରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ନେଇ ପାଲଘର ଏସପି ବାଲାସାହେବ ପାଟିଲ ପୁଷ୍ଟି କରିଛନ୍ତି।

{"id":680352,"sizeSlug":"full","linkDestination":"none"}

ଏସପିଙ୍କ ଅନୁସାରେ ଅହମଦାବାଦରୁ ଫେରୁଥିବା ମର୍ସିଡିଜ୍ ସୂର୍ଯ୍ୟ ନଦୀ ଉପରେ ନିର୍ମିତ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ବେଳେ କାରରେ ସାଇରସ୍ ମିସ୍ତ୍ରୀଙ୍କ ସହ ଜାହାଙ୍ଗୀର ଦିନଶା ପଣ୍ଡୋଲେ, ଅନାୟତା ପଣ୍ଡୋଲେ (ମହିଳା) ଓ ଦରୀୟସ ପଣ୍ଡୋଲେ ଥିଲେ। ଏଥିରେ ସାଇରସ୍ ମିସ୍ତ୍ରୀ ଓ ଜାହାଙ୍ଗୀର ଦିନସା ପଣ୍ଡୋଲେଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନାୟତା ଓ ଦରିୟସ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ପୋଲିସକୁ ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣାର ବିସ୍ତୃତ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଦୁର୍ଘଟଣା ଅପରାହ୍ନ ପାଖାପାଖି ୩ଟା ବେଳେ ହୋଇଥିବା ବେଳେ କାର ବେଶ୍ ଦ୍ରୁତ ଗତିରେ ଥିଲା। ନଦୀର ପ୍ରଥମ ପୋଲରେ ଏକ ଡିଭାଇଡର ଥିଲା। କାରଟି ଅଚାନକ ଅନିୟନ୍ତ୍ରିତ ହୋଇ ଡିଭାଇଡର ସହ ପିଟି ହୋଇଯାଇଥିଲା। ତେବେ ରୋଡ ଡିଭାଇଡର ସହ ସାଇରସ ମିସ୍ତ୍ରୀଙ୍କ କାର ଧକ୍କା ଲାଗିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି।

{"id":680353,"sizeSlug":"full","linkDestination":"none"}

ସାଇରସ ମିସ୍ତ୍ରୀଙ୍କ ପାର୍ଥୀବ ଶରୀର କାସାର ଏକ ସରକାରୀ ହସ୍ପିଟାଲରେ ଅଛି। ପୋଲିସ ପକ୍ଷରୁ ପ୍ରକ୍ରିୟା ଅନୁସାରେ ଏକ ଦୁର୍ଘଟଣା ମୃତ୍ୟୁ ରିପୋର୍ଟ (ଏଡିଆର) ରୁଜୁ କରାଯାଇଛି। ସାଇରସ ମିସ୍ତ୍ରୀଙ୍କ ପରଲୋକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କେବଳ ଜଣେ ସଫଳ ଉଦ୍ୟୋଗୀ ନଥିଲେ ଉଦ୍ୟୋଗ ଜଗତରେ ଜଣେ ଯୁବ ଓ ଦୁରଦର୍ଶୀ ବ୍ୟକ୍ତିତ୍ୱ ବାବେ ତାଙ୍କୁ ଦେଖା ଯାଉଥିଲା ବୋଲି ସିନ୍ଦେ କହିଛନ୍ତି। ତାଙ୍କର ପରଲୋକରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ରହିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.