scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାୟଗଡା ଏସପିଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ: ଏସପି ଆହତ ପୋଲିସ କଲା ଲାଠିଚାର୍ଜ

13/07/2019 at 2:43 PM

ରାୟଗଡା ୧୩|୭: ରାୟଗଡା ଅଶାନ୍ତ । ଗତ କାଲି ରାତିରେ ଆଞ୍ଜିୟାପେଟା ଓ ନୂଆସାହି ମଧ୍ୟରେ ଘଟିଥିବା ଗେ।ଷ୍ଠୀ ସଂଘର୍ଷକୁ ନେଇ ରାୟଗଡା ଏସପିଙ୍କ କାର୍ଯ୍ୟାଳୟ ଉପରକୁ ଟେକାପଥର ମାଡ ହୋଇଛି ।ଏଥିରେ ରାୟଗଡା ଏସପି ଆହତ ହୋଇଥିବା ସୂଚନା ମିଳିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି ।

ସୂଚନାଯୋଗ୍ୟ ଯେ, ଗୋଷ୍ଠୀ ସଂଘର୍ଷରେ  ନୂଆସାହିର ଉମେଶ ଚନ୍ଦ୍ର ହିଆଲ ଓ ଆଂଜିୟାପେଟାର ହରିଶ ପଟ୍ଟନାୟକ ଆହତ ହୋଇଥିଲେ । ପୂର୍ବ ଶତୃତାକୁ ନେଇ ଗେ।ଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡିଛି । ଉଭୟଙ୍କ ପକ୍ଷରୁ ରାୟଗଡା ଥାନାରେ ମାମଲା ରୁଜୁ କରାଯାଇଛି ।

ଆଜି ନୂଆସାହିର ଶତାଧିକ ପୁରୁଷ ଓ ମହିଳା ଥାନା ଭିତରକୁ ଧସେଇ ପଶିଥିଲେ । ପୁଲିସ ପଦକ୍ଷେପ ଗ୍ରହଣ କରିବା ଦାବିରେ ପାଟିତୁଣ୍ଡ କରିଥିଲେ । ଏମିତିକି ଅପରପକ୍ଷର ଜଣେ ଯୁବକଙ୍କୁ ଥାନା ସମ୍ମୁଖରେ ଆକ୍ରମଣ ଉଦ୍ୟମ ହୋଇଥିଲା ।

ଘଟଣାକୁ ନେଇ ଦିନ ତମାମ ଉତ୍ତେଜନା ଲାଗି ରହିଥିବାବେଳେ ଗୋଟିଏ ଗୋଷ୍ଠୀର କିଛି ମହିଳା ଓ ପୁରୁଷ ଅଚାନକ ଏସପିଙ୍କ କାର୍ଯ୍ୟାଳୟ ଉରକୁ ଢେଲା ଓ କାଚମାଡ କରିଥିଲେ । ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୋଲିସ ଲାଠି ଚାଳନା କରିଥିଲା । ଫଳରେ ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ ।

   Related Posts