ବ୍ୟାଙ୍କ୍ ଚାକିରି ଛାଡ଼ି କରୁଥିଲେ UPSC ପ୍ରସ୍ତୁତି, ହେଲେ ପାଲଟିଗଲେ ଭିଣୋଇ ହତ୍ୟାକାରୀ
20/11/2023 at 6:35 PM

ନୂଆଦିଲ୍ଲୀ: ପାଠ ପଢ଼ାରେ ଥିଲେ ଖୁବ୍ ମେଧାବୀ। ଦ୍ବିତୀୟ ପ୍ରୟାସରେ ବ୍ୟାଙ୍କ୍ ପିଓ ଭାବରେ ହୋଇଥିଲେ ନିଯୁକ୍ତ। ଏମିତିକି ପିଓ ଚାକିରି ଛାଡ଼ି ସିଭିଲ ସର୍ଭିସ୍ ପ୍ରସ୍ତୁତି ମଧ୍ୟ କରୁଥିଲେ । ଯଦି ସବୁକିଛି ଠିକ୍ ରହିଥାନ୍ତା’ ହୁଏତ ସେ ପ୍ରଶାସନିକ ଅଧିକାରୀ ମଧ୍ୟ ହୋଇଯାଇଥାନ୍ତେ। ହେଲେ ପାଲଟିଲେ ନିଜ ଭିଣୋଇ ହତ୍ୟାର ହତ୍ୟାକାରୀ। ଯିବାକୁ ପଡ଼ିଲା ଜେଲ୍। ଲକ୍ଷ୍ନୌ ପୋଲିସ୍ ପିଏସି ଇନ୍ସପେକ୍ଟର ସତିଶ କୁମାର ସିଂହ ହତ୍ୟାକାଣ୍ଡର ଖୁଲାସା କରି, ସତିଶଙ୍କୁ ତାଙ୍କ ଶାଳକ ଦେବେନ୍ଦ୍ର ବର୍ମା ହିଁ ହତ୍ୟା କରିଥିବା ନେଇ ସୂଚନା ଦେଇଛି । ଆହୁରି ମଧ୍ୟ ହତ୍ୟା ପଛର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପୋଲିସ୍ ରବିବାର ସତିଶଙ୍କ ପତ୍ନୀ ଭାବନା ଏବଂ ଶାଳକ ଦେବେନ୍ଦ୍ରଙ୍କୁ ଗିରଫ କରିବା ପରେ ସବୁ ଘଟଣା ପଦାକୁ ଆସିଛି। ଦେବେନ୍ଦ୍ର ପୋଲିସ୍କୁ କହିଥିଲା ଯେ, ସତିଶର ଅନେକ ମହିଳାଙ୍କ ସହ ସମ୍ପର୍କ ଥିଲା। ସେ ତା’ର ଭଉଣୀ ଅର୍ଥାତ୍ ଭାବନାଙ୍କୁ ଖୁବ୍ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲା। ଏହି କାରଣରୁ ଉଭୟ ମିଶି ସତିଶଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଆଉ ନଭେମ୍ବର ୧୨ ତାରିଖ ଅର୍ଥାତ୍ ଦୀପାବଳି ଦିନ, ବିଳମ୍ବିତ ରାତି ପ୍ରାୟ ୨ଟା ୧୫ ମିନିଟ୍ରେ ଘରେ ପଶି ସତିଶଙ୍କୁ ଗୁଳି ହତ୍ୟା କରିଥିଲେ ଦେବେନ୍ଦ୍ର।
ଆହୁରି ପଢ଼ନ୍ତୁ: କ୍ରିପ୍ଟୋ ପୁଞ୍ଜି ସ୍କାମ୍ : ‘ୟଶ ୱାର୍ଲ୍ଡ’ କ୍ରିପ୍ଟୋ ଟୋକନ୍ ମୁଖ୍ୟ ସନ୍ଦୀପ ଚୌଧୁରୀ ଗିରଫ, ଓଡିଶା ସମେତ ୮ ରାଜ୍ୟରେ ଠକେଇ
ଦେବେନ୍ଦ୍ର ପୋଲିସ୍କୁ କହିଥିଲା, ଯେ ସେ ଅନେକ ଥର ସତିଶଙ୍କୁ ବୁଝାଇଥିଲେ। ଏଭଳି କରିବା ବନ୍ଦ କରନ୍ତୁ ଏବଂ ତା’ ଭଉଣୀଙ୍କୁ ହଇରାଣ କରିବା ବନ୍ଦ କରୁ। କିନ୍ତୁ ସେ ସୁଧୁରିନଥିଲା। ଦିନେ ଭାବନା ସତିଶଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସତିଶଙ୍କୁ ଘରେ ହିଁ ଦେଖିଥିଲେ। ଏହାକୁ ନେଇ ତୀବ୍ର ଝଗଡ଼ା ମଧ୍ୟ ହୋଇଥିଲା। ଏହି ଘଟଣାକୁ ନେଇ ଦେବେନ୍ଦ୍ର ନିଜର ହିତାହିତ ଜ୍ଞାନ ହରାଇ ବସିଥିଲା ଆଉ ଏହି କାରଣରୁ ମେଧାବୀ ଦେବେନ୍ଦ୍ର ସାଜିଥିଲେ ଅପରାଧୀ ଏବଂ ସତିଶଙ୍କୁ ହତ୍ୟାକରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଭଉଣୀ ମଧ୍ୟ ପ୍ରସ୍ତୁତ ଥିଲେ। ଆଉ ତାଙ୍କ ଇସାରାରେ କରିଥିଲେ ହତ୍ୟା।
ତେବେ ଏହି ହତ୍ୟାକାଣ୍ଡ ସାମ୍ନାକୁ ଆସିବା ପରେ ପୋଲିସ୍ ତଦନ୍ତ ଜୋର୍ଦାର କରିଥିଲା। ତିନି ଯାଞ୍ଚ ଟିମ୍ ୪୦୦ରୁ ଅଧିକ ସିସିଟିଭି ଫୁଟେଜ ଚେକ୍ କରିଥିଲା। ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଥିଲା ଯେ, ଦେବେନ୍ଦ୍ର ସତୀଶଙ୍କ ଘର ପର୍ଯ୍ୟନ୍ତ ଏବଂ ସେଠାରୁ ପୁଣି ଫେରିବା ପାଇଁ ସାଇକେଲର ବ୍ୟବହାର କରିଥିଲା। ଯେମିତି ସହଜରେ ଧରାନପଡ଼ିବ। ଆଉ ପୁଣି ସେ ହୁଡି ଏବଂ ଜିନ୍ସ ଦ୍ବାରା ନିଜ ଶରୀରକୁ ସଂପୂର୍ଣ୍ଣ ଭାବରେ ଢାଙ୍କି ରଖିଥିଲା। ଯାହାଦ୍ବାରା ସେ ଧରାପଡ଼ିବେ ନାହିଁ। ଖାଲି ସେତିକି ନୁହେଁ ସେ ସତୀଶଙ୍କ ଗାଡ଼ିରେ ଜିପିଏସ ମଧ୍ୟ ଲଗାଇଥିଲେ। ଯେମିତି ଠିକ୍ ସମୟ ସୁଯୋଗ ଦେଖି ହତ୍ୟା କରିପାରିବ। ସୂଚନାଥାଉକି, ସତିଶ ପ୍ରୟାଗରାଜରେ ନିୟୋଜିତ ଥିଲେ।
ଆହୁରି ପଢ଼ନ୍ତୁ: ଦିନ ଦ୍ୱିପ୍ରହରେ ବାଇକ୍ରେ ବସାଇ ମହିଳାଙ୍କୁ ଅପହରଣ କରି ନେଲେ ଦୁଇ ଦୁର୍ବୃତ୍ତ, ଜିଅନ୍ତା ଶବ ଭଳି ସବୁ ଦେଖି ନିରବ ରହିଲେ ଲୋକେ
ସେପଟେ, ଦେବେନ୍ଦ୍ରଙ୍କ ବାପା ତାରା ଚନ୍ଦ୍ର ବର୍ମା ପୋଲିସ୍ ଅଧିକାରୀଙ୍କୁ କହିଛନ୍ତି ଯେ, ଦେବେନ୍ଦ୍ର ଖୁବ୍ ମେଧାବୀ ଥିଲେ। ୨୦୧୫ରେ ଦ୍ବିତୀୟ ପ୍ରୟାସରେ ବ୍ୟାଙ୍କ ପିଓ ପାସ୍ କରିଥିଲେ। ମୁଜାଫରନଗରରେ ସେ ତିନି ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ପିଓ ଭାବରେ ଚାକିରି ମଧ୍ୟ କରିଥିଲେ। ସେ ପିଲାଦିନରୁ ହିଁ ଆଇଏସଏସ-ପିସିଏସ ଅଧିକାରୀ ହେବାକୁ ସ୍ବପ୍ନ ଦେଖୁଥିଲେ। ୨୦୧୮ରେ ଘର ଲୋକଙ୍କ ମନାକରିବା ପରେ ବି ସେ ଚାକିରି ଛାଡ଼ି ଦେଇଥିଲେ।