AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଜମି ପାଇଁ ହତ୍ୟାକାଣ୍ଡ : ମାସକ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ଛତିଶଗଡ ପୋଲିସ, ୨ଅଭିଯୁକ୍ତ ଗିରଫ

16/02/2020 at 12:10 PM

କଳାହାଣ୍ଡି ୧୬।୦୨: ପୁଣି ଆଉ ଏକ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଛତିଶଗଡ ପୋଲିସ ।  ଦୀର୍ଘ ଏକ ମାସ ପରେ ଛତିଶଗଡ ଦେବଭୋଗ ପୋଲିସ ହତ୍ୟାକାଣ୍ଡ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଛତିଶଗଡ ପୋଲିସର ଓଡିଶା ର ଆଉ ଏକ ହତ୍ୟାକାଣ୍ଡ ର ପର୍ଦ୍ଦ।ଫାସ । ଗତ ଜାନୁଆରୀ ଦଶ ତାରିଖ ଛତିଶଗଡ ଓଡିଶା ସୀମା’ ରେ ଧର୍ମଗଡ ଲଛିପୁର ଗାଁ 55 ବର୍ଷିଅ ବୃଦ୍ଦଙ୍କୁ ପଥରରେ ଛେଚି ନୃଂସଶ ହତ୍ୟା କରାଯାଇଥିଲା । ଦୀଘ୍ର 1 ମାସ ପରେ ଛତିଶଗଡ ର ଦଭୋଗ ପୋଲିସ ଏହି ହତ୍ୟାକାଣ୍ଡ ର ପର୍ଦ୍ଦ।ଫାସ କରିଛି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୧୦ ତାରିଖ  ଦିନ ଛତିଶଗଡ ଓ ଓଡିଶା ସୀମା ଠିର୍ଲିଗୁଡା ନିକଟରୁ ଏକ ମୃତଦେହ ଜବତ କରିଥିଲା ପୋଲିସ । ତେବେ ପୋଲିସ ତଦନ୍ତ କରି ମୃତଦେହଟି ଧର୍ମଗଡ ଥାନା ଲଛିପୁର ଗାଁର ୫୫ ବର୍ଷୀୟ ବୃଦ୍ଧ ସୁନାନୀଙ୍କ ବୋଲି ଜାଣିବାକୁ ପାଇଥିଲା ।

ତେବେ ବୃଦ୍ଧଙ୍କୁ ଓଡିଶା ସୀମାରେ ହତ୍ୟା କରି ଶବକୁ ଛତିଶଗଡ ସୀମାରେ ଫିଙ୍କି ଦିଆଯାଇଥିଲା । ଶବର ପରିଚୟ ଲୁଚାଇବାକୁ ପଥରରେ ଛେଚି ମୁହଁ ବିକୃତ କରି ଅଭିଯୁକ୍ତମାନେ ହତ୍ୟାକାଣ୍ଡ କରିଥିଲା ।  କିନ୍ତୁ ଦେବଭୋଗ ପୋଲିସ ଦୀଘ୍ର ଏକ ମାସ ପରେ ହତ୍ୟାକାଣ୍ଡ ର ପର୍ଦ୍ଦ।ଫାସ କରିଛି ।

ମାତ୍ର 50 ଡିସମିଲ ଘର ଡିହ ପାଇଁ ସାନ ଭାଇ ବଳଦେବ ସୁନାନୀ (48) ଓ ପୁତୁରା ଭଗତ ସୁନାନୀ (28)  ହତ୍ୟା କରି ପୋଲିସ ଚକମା ଦେବାକୁ ଷଡଯନ୍ତ୍ର କରିଥିଲେ ।  ଦେବଭୋଗ ଡିଏସପି ଆଶିଷ କୁଞାମ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦେଇଛନ୍ତି ।

   Related Posts