ମହିଳାଙ୍କୁ ଖରାପ ଦୃଷ୍ଟିରେ ଚାହୁଁଥିବାରୁ ପୋଲିସ୍‌ ମାରିଲା ଚାପୁଡ଼ା, ରାଗି ଯାଇ ଡେଲିଭରି ବୟ କଲେ ଏପରି କାମ…

Published By : Prameya-News7 Bureau | October 25, 2022 IST

ନୂଆଦିଲ୍ଲୀ, ୨୫/୧୦: ଜମାଟୋ ବୟଙ୍କ ଅଜବ କାର୍‌ନାମା । ପ୍ରତିଶୋଧ ନେବା ପାଇଁ ନିଜ ବାଇକ୍‌ରେ ନିଆଁ ଲଗାଇଦେଲେ । ପୋଲିସ୍‌ ଠାରୁ ବଞ୍ଚିବା ପାଇଁ ଅଧିକାରୀଙ୍କ ଉପରକୁ ଟେକା ପଥର ଫୋପାଡ଼ିଲେ । ଏପରି ଏକ ଅଭାବନୀୟ ଘଟଣା ଘିଟିଛି ରାଜଧାନୀ ଦିଲ୍ଲୀ ସ୍ଥିତ ପୋସଖାନ୍‌ ମାର୍କେଟ୍‌ ଅଞ୍ଚଳରେ ।

ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୩ ବର୍ଷୀୟ ନଦୀମ୍‌ ନାମକ ଜଣେ ଜମାଟୋ ବୟ ଶନିବାର ପୋସ୍‌ଖାନ୍‌ ମାର୍କେଟ୍‌ ଅଞ୍ଚଳକୁ ଆସିଥିଲା । ଏହି ଅଞ୍ଚଳରେ କିଛି ପପୁଲାର୍‌ ଘର ସହ କିଛି ବଡ଼ ବଡ଼ ରେଷ୍ଟୁରାଣ୍ଟ ମଧ୍ୟ ରହିଛି । ନଦୀମ୍‌ ଗୋଟିଏ ହୋଟେଲ୍‌ରୁ ଖାଦ୍ୟ ନେଇ ଡେଲିଭରି କରିବା ପାଇଁ ସେଠାକୁ ଆସିଥିଲା । ଖାଦ୍ୟ ପାଇଁ ଅପେକ୍ଷା କରିଥିବା ବେଳେ ଏକ ଦମ୍ପତ୍ତି ତାକୁ ଅତିକ୍ରମ କରିଥିଲେ । ହେଲେ ଏହି ସମୟରେ ନଦୀମ୍‌ ମହିଳାଙ୍କୁ ଖରାପ ଦୃଷ୍ଟିରେ ଚାହିଁଥିବା ମହିଳା ଜଣକ ନିକଟ ଟ୍ରାଫିକ୍‌ ପୋଷ୍ଟରେ ଅଭିଯୋଗ କରିଥିଲେ ।

ଏହାକୁ ନେଇ ଉକ୍ତ ସ୍ଥାନରେ ଡ୍ୟୁଟିରେ ଥିବା ପୋଲିସ୍‌ ନଦୀମ୍‌କୁ ଚାପୁଡ଼ା ମାରିଥିଲେ । ଏହାକୁ ନେଇ ନଦୀମ ରାଗିଯାଇଥିଲା । ଏହାର ପରଦିନ ଅର୍ଥାତ ରବିବାର ସେ ଉକ୍ତ ଛକକୁ ଆସି ପାଟି କରିବା ସହ ନିଜ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲା ଏବଂ ଗାଳିଗୁଲଜ କରିଥିଲା । ନିଆଁକୁ ଆୟତ୍ତ କରିବା ପୂର୍ବରୁ ଏହା ପାଖରେ ଥିବା ଏକ ଫର୍ଣ୍ଣିଚର ଦୋକାନକୁ ବ୍ୟାପି ଯାଇଥିଲା ।

ପୋଲିସ୍‌ ନଦୀମ୍‌କୁ ଧରିବାକୁ ଚେଷ୍ଟା କରିବାରୁ ସେ ସେମାନଙ୍କ ଉପରକୁ ପଥର ଫୋପାଡ଼ିଥିଲା । ତେବେ ଏହି ଘଟଣାକୁ ନେଇ ସଙ୍ଗେସଙ୍ଗେ ଲୋକେ ଭିଡ଼ ଜମାଇ ଦେଇଥିଲେ । ଶେଷରେ ପୋଲିସ୍‌ ନଦୀମ୍‌କୁ ଗିରଫ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.