'ଅପମାନ ଅପେକ୍ଷା ମତେ ଗୁଳି କରିଦିଅ', ଉପରିସ୍ଥ ଅଧିକାରୀଙ୍କ ଉପରେ ଅଭିଯୋଗ ଆଣି ନିଜକୁ ଗୁଳି କରିଦେଲେ ଥାନା ଅଧିକାରୀ

Published By : Prameya-News7 Bureau | September 10, 2022 IST

ଚଣ୍ଡିଗଡ଼, ୧୦/୦୯: ଥାନା ଭିତରେ ଅଧିକାରୀଙ୍କ ଅତ୍ମହତ୍ୟା । ଉପରିସ୍ଥ ଅଧିକାରୀଙ୍କୁ ଦାୟୀ କରି ନିଜକୁ ଶେଷ କରିଦେଲେ ଥାନା ସବ୍‌-ଇନ୍ସପେକ୍ଟର । ଆତ୍ମହତ୍ୟା କରିବା ପୂର୍ବରୁ ଏହାର କାରଣ ସେ ଏକ ଭିଡିଓ ରକର୍ଡ କରି ଜଣାଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ଏକ ଥାନାରେ । ଅଧିକାରୀ ଜଣଙ୍କ ଅପମାନ ସହ୍ୟ ନକରି ପାରି ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ସତୀଶ କୁମାର ହରିୟାଣା ଅନ୍ତର୍ଗତ ହୋସିଆର୍‌ପୁର ପୋଲିସ୍‌ ଷ୍ଟେସନ୍‌ରେ କାର୍ଯ୍ୟରତ ଥିଲେ । ଗୁରୁବାର ଏକ ମାମଲାର ତଦନ୍ତ କରିବାକୁ ତାଣ୍ଡା ପୋଲିସ୍‌ ଷ୍ଟେସନ୍‌କୁ ଯାଇଥିବା ବେଳେ ସେଠାକାର ଥାନା ଅଧିକାରୀ ଓଙ୍କାର ସିଂହ ତାଙ୍କୁ ଖରାପ ବ୍ୟବହାର ସହ ଅପମାନିତ କରିଥିଲେ । ଯାହାକୁ ସହ୍ୟ କରିନପାରି ସେ ଏପରି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି ।

ଆତ୍ମହତ୍ୟା କରିବା ପୂର୍ବରୁ ପ୍ରସ୍ତୁତ କରିଥିବା ଭିଡିଓରେ ସେ ତାଣ୍ଡା ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣଛନ୍ତି । ସେ ତାଙ୍କୁ ଅପମାନ ବଦଳରେ ଗୁଳି କରିଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି । ଏ ସମସ୍ତ ଘଟଣା ଷ୍ଟେସନ୍‌ ହାଉସ୍‌ ଅଫିସର୍‌ଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ତାଙ୍କୁ ସନ୍ତୁଷ୍ଟ କରିପାରିନଥିବା କାରଣରୁ ଘଟିଛି ବୋଲି ଜଣାପଡ଼ିଛି ।    

ହରିୟାଣା ଏବଂ ପଞ୍ଜାବ ହାଇକୋର୍ଟରେ ଶୁଣାଣି ହେବାକୁ ଥିବା ଏକ ମାମଲାକୁ ନେଇ ସେ ମତେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଜଣାଇଥିଲି ଯେ ଏକ ନିର୍ଦ୍ଧିଷ୍ଟ ମାମଲର ତଦନ୍ତ ମୁଁ କରୁଛି । ଅନ୍ୟ ମାମଲର ସବିଶେଷ ତଥ୍ୟ ତଦନ୍ତକାରୀ ଅଧିକାରୀ ଜଣାଇପାରିବେ ।ଏହାପରେ ସେ ମତେ ଅପମାନ ପରେ ଅପମାନ ଦେଇ ଚାଲିଲେ ଏବଂ ମୋ ନାମରେ ଏକ ମାମଲା ରୁଜୁ କରିଦେଲେ । ଏଥିପାଇଁ ମୁଁ ମୋ ନିଜକୁ ଶେଷ କରିଦେଉଛି ବୋଲି ସେ ଏହି ଭିଡିଓରେ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.