କଟକ ପୋଲିସର ଉଦାରତା: ସୁନା ଚୋରକୁ ଧରିଲା, ସାମ୍ୱାଦିକ ସମ୍ମିଳନୀ ଶେଷରେ ଲସି ପିଇବାକୁ ଦେଲା

Published By : Prameya-News7 Bureau | July 12, 2022 IST

କଟକ ୧୨/୦୭: କଟକ ପୋଲିସ ହାତରେ ସୁନା ଚୋର । ଗତ ୪ ତାରିଖ ଫିରିଙ୍ଗିବଜାର ସ୍ଥିତ ଏକ ଗହଣା କାରଖାନାରୁ ହୋଇଥିଲା ଚୋରି । ପୁରୀଘାଟ ଥାନା ଅଭିଯୁକ୍ତ ଠାରୁ ଜବତ କରିଛି ୯୦୦.୩୨ ଗ୍ରାମ ଓଜନର ସୁନା । ଚୋରି କରି ଅଭିଯୁକ୍ତ କୋଲକାତା ଫେରାର ହୋଇଯାଇଥିଲା । ପରେ ପୋଲିସ କୋଲକାତାରୁ ଅଭିଯୁକ୍ତ ସୁଶାନ୍ତ ଦାସକୁ ଗିରଫ କରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ ।

ଜବତ ସୁନାର ଆନୁମାନିକ ମୁଲ୍ୟ ୫୦ ଲକ୍ଷ ହେବ ବୋଲି ପୋଲିସ ସ୍ପଷ୍ଟ କରିଛି । ସେପଟେ ସୁନା ଚୋରକୁ ଧରିବା ପରେ ଲସି ପିଆଇଥିଲା ପୋଲିସ । କେବଳ ଚୋର ନୁହେଁ ତା ସହ ପୋଲିସ ମଧ୍ୟ ଲସି ପିଉଥିବା ନଜର ଆସିଥିଲା । ସୂଚନା ଥାଉକି, ଫିରିଙ୍ଗିବଜାର ଗହଣା କାରଖାନାରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।

wp:html /wp:html

ଗୋଟିଏ ସପ୍ତାହର ପରିଶ୍ରମ ପରେ ପୋଲିସ ବଙ୍ଗରୁ ଚୋରକୁ ଧରିବାର ସକ୍ଷମ ହୋଇଥିଲା । ତେବେ ଚୋରି କରିଥିବା ଅଭିଯୁକ୍ତ ଜଣଙ୍କ ସେହି ସୁନା ଖଣିରେ କାମ କରୁଥିଲା । ଏହାର ଫାଇଦା ନେଇ ଚୋରଟି ସେଠାରୁ ସବୁତକ ସୁନା ଗହଣା ନେଇ ଚମ୍ପଟ ମାରିଥିଲା । ଏବେ ଚୋର ଧରାପଡିବା ପରେ ସବୁ ସୁନାଗହଣା ଧରାପଡିବା ସହ ଟଙ୍କା ବି ଜବତ ହୋଇଛି । ଏନେଇ ସ୍ପଷ୍ଟ କରିଛନ୍ତି ପୋଲିସ ଡିସିପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.