<strong>ଛୁଇଁଲେନି ସାହି ପଡ଼ିଶା; ମୃତ ଦେହକୁ ୩ କିମି ବୋହି ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ  </strong>

Published By : Prameya-News7 Bureau | July 20, 2022 IST

ସୁନ୍ଦରଗଡ଼ ୨୦/୦୭: ଅନେକ ଜାଗାରେ ପୋଲିସ ସାଧାରଣ ଲୋକଙ୍କୁ ମାଡ଼ ମାରି ଲହୁ ଲୁହାଣ କରିବାର ଅନେକ ଅଭିଯୋଗ ଆସିଛି। କିନ୍ତୁ ଏହାର ଏକ ବିପରୀତ ଚିତ୍ର ସାମ୍ନାକୁ ଆସିଛି। ଖବର ଅନୁସାର ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଯୁବକକୁ ପୋଲିସ ମାନବିକତା ଦେଖାଇଛି। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣେଇ ରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବଣେଇ କୁଳିପୋଷ ରେଞ୍ଜ୍‌ର ଫୁଲଝର ପାଖରେ ଥିବା ଉପର ଗୀନିଆ ଜଙ୍ଗଲରେ ବୁଧବାର ଏକ ଦନ୍ତା ହାତୀ ଆକ୍ରମଣରେ ଉପର ଗିନିଆ ଗାଁର ହେମନ୍ତ ମୁଣ୍ଡାରୀଙ୍କ ମୃତ୍ୟୁ ହୋଇଛି। ଏକ ଦନ୍ତାହାତୀ  କିଛି ଦିନ ହେବ ଏହି  ଗାଁକୁ ଆସି ଉତ୍ପାତ କରୁଥିଲା।

ବନ ବିଭାଗ କର୍ମଚାରୀମାନେ ହାତୀକୁ ଘଉଡାଇବାକୁ ଉଦ୍ୟମ କରିବା କରୁଥିଲେ। ବନ ବିଭାଗ ସହ ସ୍ଥାନୀୟ ଲୋକେ ହାତୀକୁ ଘଉଡ଼ାଇବା ବେଳେ ହେମନ୍ତ ମୁଣ୍ଡାରୀ ନାମକ ଜଣେ ଯୁବକ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ।  ପରେ ମହୁଲପଦା ପୋଲିସ, ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତ ହେମନ୍ତ ଅନ୍ୟ ଜାତିରେ ବିବାହ କରିଥିବାରୁ ହେମନ୍ତଙ୍କ   ସମ୍ପର୍କୀୟ ଓ ସାହିଭାଇ ତାଙ୍କ ମୃତଦେହକୁ ଛୁଇଁ ନଥିଲେ। ଶେଷରେ ମହୁଲ ପଦା ଆଇଆଇସି ଏବଂ ତାଙ୍କ କର୍ମଚାରୀମାନେ ଯୁବକଙ୍କ ମୃତଦେହକୁ ପାହାଡ଼ ଉପରୁ ୩ କିମି ତଳକୁ ଆଣି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏପରି କାମ ପାଇଁ ସ୍ଥାନୀୟ ବାସିନ୍ଦା ମାନେ ପୋଲିସକୁ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.