ସୁଶାନ୍ତଙ୍କ ଫାଶୀ ଲୁଗାରୁ ମିଳିବ କି ଆଉ କିଛି ସୁରାକ ? ଟେନସାଇଲ୍ ଟେଷ୍ଟ ପାଇଁ ପରୀକ୍ଷାଗାରକୁ ଗଲା

Published By : Prameya-News7 Bureau | July 04, 2020 IST

ମୁମ୍ବାଇ, ୦୪|୦୭: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୨୦ ଦିନ ବିତିଲାଣି । ସେ ଆତ୍ମହତ୍ୟା କରିଥିବା ପୋଲିସ କହୁଥିବା ବେଳେ ତାଙ୍କର ପ୍ରଶଂସକମାନେ ଏହା ମାନିବାକୁ ନାରାଜ । ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ମଧ୍ୟ ଅନେକ ଅଭିଯୋଗ କରିଛନ୍ତି । ଏହା ମଧ୍ୟରେ ପୋଲିସ ସୁଶାନ୍ତ ଯେଉଁ ପୋଷାକ ବେକରେ ଗୁଡାଇ ଆତ୍ମହତ୍ୟା କରିଥିଲେ ତାହାର ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି ।

ଫରେନସିକ୍ ଯାଞ୍ଚରେ ସୁଶାନ୍ତଙ୍କ ଶରୀରର ଓଜନ ଏହି ପୋଷାକ ସମ୍ବାଳିପାରିବ ନା ନାହିଁ ତାହା ପରୀକ୍ଷା କରାଯିବ । ଏହି ଟେଷ୍ଟରେ ହିଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଛି । ତେବେ ପୋଲିସ ଏହି ମାମଲାରେ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କୁ ଜେରା ପାଇଁ ସମନ ଜାରି କରିଛି । କାରଣ ସେ ସୁଶାନ୍ତଙ୍କ ସହ ଫିଲ୍ମ ସାଇନ୍ କରିଥିଲେ କିନ୍ତୁ ପରେ ବିଭିନ୍ନ କାରଣ ଦର୍ଶାଇ ଚୁକ୍ତି ବାତିଲ କରିଥିଲେ । ଏହାମଧ୍ୟରେ ପୋଲିସ ସୁଶାନ୍ତଙ୍କ ସହ ଜଡିତ ୨୯ଜଣଙ୍କ ବୟାନ ରେକର୍ଡ କରିସାରିଲାଣି ।

ସୂଚନାଯୋଗ୍ୟ, ସୁଶାନ୍ତ ନିଜ ବାନ୍ଦ୍ରା ସ୍ଥିତ ବାସଭବନରେ ଗତ ଜୁନ ୧୪ ତାରିଖରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ପୋଲିସ ପାଇନଥିଲା । ତେ ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରିଥିବା ପୋଲିସ କହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.