ପୋଲିସର ଚଢ଼ାଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଜଣେ ଗିରଫ

Published By : Prameya-News7 Bureau | June 06, 2021 IST

 ନୀଳଗିରି, ୦୬/୦୬: ଲକ୍‌ଡାଉନ୍‌ ବଢ଼ିବା ସଙ୍ଗେ ସଙ୍ଗେ ବୃଦ୍ଧି ପାଉଛି ଚୋରା ମଦ କାରବାର । ବାଲେଶ୍ଵର ଜିଲ୍ଲା ନୀଳଗିରି ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ନୀଳଗିରି ଥାନା ଅଧିନ ବେଗୁନିଆ ପଂଚାୟତ ନିଶଙ୍ଖପୁର ଗ୍ରାମର ଜୟନ୍ତ ମଲ୍ଲିକ କୋଭିଡ଼ ସଟଡାଉନ ସୁଯୋଗରେ ବିପୁଳ ପରିମାଣର ବିଦେଶୀ ମଦ ଗଚ୍ଛିତ ରଖିଥିଲେ । ଏହାକୁ ଚଢା ଦାମରେ ବିକ୍ରିକରି ମାଲେମାଲ ମଧ୍ୟ ହେଉଥିଲେ । ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର, କିଛି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଅତର୍କିତ ଚଢ଼ାଉ କରିଥିଲେ ।୨୫ ଲିଟରରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନିର ନାମୀ ଦାମୀ ବିଦେଶୀ ମଦ ଜବତ କରିଥିବା ବେଳେ ଅଭିଯୁକ୍ତ ଜୟନ୍ତକୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.