ନମ୍ବର ନଥିବା ଅଟୋରେ ଚାଲାଣ ହେଉଥିଲା ଗଞ୍ଜେଇ, ଜବତ କଲା ମାଲକାନଗିରି ପୋଲିସ୍‌

Published By : Prameya-News7 Bureau | October 07, 2021 IST

ମାଲକାନଗିରି, ୦୭/୧୦: ମାଲକାନଗିରି ପୋଲିସକୁ ପୁଣି ମିଳିଛି ଏକ ବଡ ସଫଳତା । ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ନମ୍ବର ନଥିବା ଏକ ଅଟୋକୁ ଜବତ କରିଛି ପୋଲିସ । ଅଟୋ ଭିତରୁ ଦୁଇ କୁଇଣ୍ଟାଲ ତିନି କେଜି ଚୋରା ଗଞ୍ଜେଇ ଜବତ ହୋଇଛି । ଯାହାର ବଜାର ମୁଲ୍ୟା ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ବାଲିମେଳା ଏସଡିପିଓ କହିଛନ୍ତି ।

ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚିତ୍ରକୋଣ୍ଡା ଥାନା ପୋଲିସ । ଗିରଫ ୩ ଜଣଙ୍କ ମଧ୍ୟରୁ ସୀତାରାମ ଖିଲ ଓ ଯଦୁ ଖିଲ ନାମକ ୨ ଜଣଙ୍କ ଘର ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ ପଣଷଗୋନ୍ଦି ଗାଁରେ ହୋଇଥିବା ବେଳେ ମଙ୍ଗଳା ମୁଦୁଲି ନାମକ ଅନ୍ୟ ଜଣେ ବଡ ପଦର ଗାଁର ବୋଲି ଜଣାପଡିଛି । ପୋଲିସ ଏମାନଙ୍କ ଠାରୁ ୩ଟି ମୋବାଇଲ ଫୋନ ସହ ନଗଦ ଟଙ୍କା ମଧ୍ୟ ଜବତ କରିଛି । ଏମାନେ କେଉଁ ମାଫିଆ ନେଟୱାର୍କ ସଂପର୍କରେ ରହିଛନ୍ତି ତାହାର ତଦନ୍ତ କରୁଛି ମାଲକାନଗିରି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.