ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ, କାର ଓ ବୋଲେରୋ ଜବତ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 29, 2021 IST

ନବରଙ୍ଗପୁର, ୨୯/୧୨: ପୁଣି  ନବରଙ୍ଗପୁର ଜିଲ୍ଲାରୁ ଗଞ୍ଜେଇ ଜବତ ।  ବୋଲେରୋ ଓ କାର ଯୋଗେ ଚୋରା ଚାଲାଣ ବେଳେ ୨୭୩ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ପାପଡାହାଣ୍ଡି ପୋଲିସ । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ବୋଲେରରେ ଗଞ୍ଜେଇ ବୋଝେଇ ହୋଇ ରାଇଘରକୁ ଯିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଯାଞ୍ଚ କରି ଦୁଇଟି ଗାଡିକୁ ଧରିଥିଲା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ତୁମ୍ବର୍ଲା ଫାଣ୍ଡି ରାସ୍ତାରେ ଯାଞ୍ଚ ସମୟରେ OR 10 A 0211  ନମ୍ବର ଥିବା ଏକ ବୋଲେରୋରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଗଞ୍ଜେଇ ସହ ଗାଡି ଜବତ କରିଛି । ଏଥିସହ ଏହି ଚାଲାଣରେ ଜଡ଼ିତ ଅଭିଯୁକ୍ତ କାର୍ତ୍ତିକ ବଡ଼ନାୟକଙ୍କୁ ଅଟକ ରଖିଛି ପୋଲିସ୍‌ |

ଅଭିଯୁକ୍ତର ଘର ଲମତାପୁଟ ବୋଲି ଜଣାପଡିଛି | ବୋଲେରୋକୁ ଏସ କର୍ଟ ଦେଉଥିବା OR 02BZ 0120 ନମ୍ବର ବିଶିଷ୍ଟ ଏକ କାର୍କୁ ମଧ୍ୟ ଜବତ କରାଯାଇଛି | ସୂଚନା ମୁତାବକ ମାଜିଷ୍ଟ୍ରେଟ, ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଗଞ୍ଜେକୁ ଓଜନ କରାଯାଇଥିଲା | ପୋଲିସକୁ ଦେଖି କାରର ଜଣେ ଓ ବୋଲେରୋର ଜଣେ ଚମ୍ପଟ ମାରିଥିଲେ | ଏହି ସମୟରେ ଆଇଆଇସି ଶୁଭେନ୍ଦୁ ଶବର, ଏସଆଇ ଶିବଜି ପଣ୍ଡା, ଏସଆଇ ଶୁଭେନ୍ଦୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ଏ ନେଇ କେସ ନମ୍ବର 205/21ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.