ଟ୍ରକରେ ଚାଲାଣ ହେଉଥିଲା ଗଞ୍ଜେଇ, ମାଡ଼ିବସିଲା ପୋଲିସ୍‌, ଟ୍ରକ୍‌ ସହ ଦୁଇ ଗିରଫ

Published By : Prameya-News7 Bureau | September 22, 2021 IST

ରାଇରଙ୍ଗପୁର, ୨୨/୦୯: ଟ୍ରକରେ ଗଞ୍ଜେଇ ଚାଲାଣ ହୋଉଥିବା ବେଳେ ମାଡି ବସିଲା ପୋଲିସ । ୬ କି.ଗ୍ରା ଗଂଜେଇ ସହିତ ଦୁଇଜଣକୁ ପୋଲିସ ଗିରଫ କରିଛି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନର୍ଗତ ଗମ୍ଭାରୀଆ ପୋଲ ନିକଟରେ ଏପରି ଘଟଣା ଘଟିଛି । ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଧଡକ ଚାଲୁଥିବା ବେଳେ ଧରା ମଧ୍ୟ ପଡୁଛନ୍ତି ଗଞ୍ଜେଇ ମାଫିଆ । ତଥାପି ରାଜ୍ୟର ସୀମା ସବୁ ଫୁଙ୍ଗୁଳା ପଡିଥିବା ବେଳେ ଚୋରା ଚାଲାଣ କିନ୍ତୁ କମୁନି।

ଆଜି ରାଇରଙ୍ଗପୁର ସହର ଦେଇ  OD11T-8561 ନମ୍ବରର ଏକ ଟ୍ରକ ତିରିଙ୍ଗ ପଟକୁ ଦ୍ରୁତଗତିରେ ଯାଉଥିଲା। ତେବେ ଡ୍ରାଇଭରର ବେପରୁଆ ଗାଡି ଚାଳନାରେ ସନ୍ଦେହ କରି ପୋଲିସ ପେଟ୍ରୋଲିଂ ଦଳ ଗାଡିକୁ ପିଛାକରି ଗମ୍ଭାରୀଆ ପୋଲ ନିକଟରେ ଅଟକାଇ ଯାଞ୍ଚ କରି ୬ କି.ଗ୍ରା. ଗଂଜେଇ ସହିତ ଟ୍ରକକୁ ଜବତ କରିବା ସହିତ ଡ୍ରାଇଭର ଓ ଖଲସି ଦୁଇ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ମୁଣ୍ଡା ଓ ପବନ ନାଏକ। ଟ୍ରକଟି ଝାରପୋଖରିଆ ଅଞ୍ଚଳରୁ ଝାରଖଣ୍ଡ ଅଭିମୁଖେ ଯାଉଥିବା ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.