ଅଟୋରେ ଲୋଡ଼ ହୋଇ ଯାଉଥିଲା ବାଣ, ଚଢ଼ାଉ କଲା ପୋଲିସ୍‌, ତାପରେ...

Published By : Prameya-News7 Bureau | October 05, 2021 IST

ଜଳଶ୍ୱର, ୦୫/୧୦: ଜଳଶ୍ୱର ପୋଲିସ ଦ୍ଵାରା ଜଳେଶ୍ୱର ପଶ୍ଚିମବାଡ ରାସ୍ତାର ନିମପୁର ଛକ ନିକଟରୁ ବିପୁଳ ପରିମାଣରେ ବାଣ ସହିତ ଏକ ଡଲା ଅଟୋ ଜବତ ହୋଇଛି । ଜଣେ ବାଣ ବେପାରୀକୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ପଂଚାୟତ ଶାଳୀ କୋଠା ଗ୍ରାମରୁ ବିପୁଳ ପରିମାଣର ବାଣ ଏକ ଡଲା ଓଟରେ ଚୋରାଚାଲାଣ ହେଉଛି ବୋଲି ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଜଳେଶ୍ୱର ପଶ୍ଚିମବାଡ ରାସ୍ତା ନିମପୁର ଛକଠାରେ ପୋଲିସ୍‌ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ OD01E0138 ନମ୍ବର ବିଶିଷ୍ଟ ଡ଼ଲା ଅଟୋରେ ବିପୁଳ ପରିମାଣର ବାଣ ଲୋଡ ହୋଇ ପରିବହନ ହେଉଥିଲା । ପୋଲିସ ବାଣ ସହିତ ଅଟୋକୁ ଜବତ କରିବା ସହିତ ଜଣକୁ ଅଟକ ରଖିଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.