scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୋ’ ଚାଲାଣ ବେଳେ ମାଡିବସିଲା ପୋଲିସ, ଗୋରୁ ବୋଝେଇ କଣ୍ଟେନର ଅଟକ

13/11/2023 at 1:46 PM

ଆନନ୍ଦପୁର ୧୩।୧୧: ବେଆଇନ ଭାବେ ଗୋ’ ଚାଲାଣ ବେଳେ ଗୋରୁ ବୋଝେଇ କଣ୍ଟେନରକୁ ଗୋଡାଇ ଗୋଡାଇ ଅଟକ ରଖିଲା ପୋଲିସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ନଂ ଜାତୀୟ ରଜପଥର ହସନପୁର ଟୋଲ୍ ଗେଟ୍ ନିକଟରେ ସୋମବାର ସକାଳୁ ଏକ ଗୋରୁ ବୋଝେଇ କଣ୍ଟେନରକୁ ଅଟକ ରଖିଛି କାଞ୍ଜିପାଣି ପୋଲିସ । କଣ୍ଟେନରରେ ୬୦ରୁ ଅଧିକ ଗୋରୁ ରହିଥିବା ବେଳେ ଚାଲାଣ ସମୟରେ ୩ଟି ଗୋରୁଙ୍କ ମୃତ୍ୟୁ ଘଟିଛି ।

ସେହିପରି ଅନେକ ଗୋରୁ ଅସୁସ୍ଥ ହୋଇପଡିଥିବାରୁ ସେମାନଙ୍କୁ ପଶୁ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା ଆରମ୍ଭ ହୋଇଛି । ସୋମବାର ସକାଳୁ କାଞ୍ଜିପାଣି ପୋଲିସ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ଘାଟି ରାସ୍ତାରେ ଜଗି ରହିଥିବା ବେଳେ ୩ଟି ଗୋରୁ ଗାଡିକୁ ଅଟକ ରଖିବାକୁ ଉଦ୍ୟମ କରିଥିଲା । ସେମାନଙ୍କ ମଧ୍ୟରୁ ୨ଟି ଅଟକିଥିବା ବେଳେ ଗୋଟିଏ ଟ୍ରକ୍ ଖସି ଯାଇ ଆନନ୍ଦପୁର ଅଭିମୁଖେ ପଳାଇ ଆସିଥିଲା ।

You Can Read :

   Related Posts