ଚଢ଼ାଉରେ ବିପୁଳ ପରିମାଣର ବାଣ ଜବତ, ୨ ଜଣକୁ ଅଟକ ରଖିଲା ପୋଲିସ
1/10/2023 at 11:08 PM

ବ୍ରହ୍ମପୁର: ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ। ସୂଚନା ଅନୁଯାୟୀ ଲାଞ୍ଜିପଲି ଶିବଶକ୍ତି ନଗର ଏକ ଭଡା ଘରେ ବାଣ ଗଚ୍ଛିତ ଥିବା ଖବର ପାଇଁ ଚଢ଼ାଉ କରିଥିଲା ପୋଲିସ୍ । ଏଠାରୁ ପ୍ରାୟ ୫୪ ପେଟି ବାଣ ଜବତ କରାଯାଇଛି।
ଏସବୁ ବାଣ ଏଠାରେ ବେଆଇନ ଭାବେ ରଖାଯାଇଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଏହି ଘଟଣାରେ ପୋଲିସ୍ ଦୁଇଜଣକୁ ହେପାଜତକୁ ନେଇଛି। ତେବେ ଜବତ ବାଣର ଆନୁମାନିକ ମୂଲ୍ୟ ସାଢେ ତିନି ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛନ୍ତି ବ୍ରହ୍ମପୁର ଏସପି।
ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ କାନ୍ଥରେ ପିଟିହେଲା ବାଇକ, ୩ ମୃତ
Related Posts
ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ
4 December 2023
ମଦ ପିଇବାକୁ ଟଙ୍କା ମାଗୁଥିଲା ସ୍ୱାମୀ, ହାଣିଦେଲା ସ୍ତ୍ରୀ
4 December 2023