ଗୋଟିଏ ବାଇକ୍‌ ଖୋଜୁ ଖୋଜୁ ମିଳିଲା ଆଉ ୭ଟି, ୩ ଚୋରଙ୍କୁ ଗିରଫ କଲା ପୋଲିସ୍‌

Published By : Prameya-News7 Bureau | October 11, 2021 IST

ରାଇରଙ୍ଗପୁର, ୧୧।୧୦: ମୟୁରଭଞ୍ଜ ଅଧିନ ବିଶୋଇ ପୋଲିସ ହାତରେ ଲାଗିଛି ବଡ଼ ସଫଳତା । ୮ଟି ଚୋରି ବାଇକକୁ ଉଦ୍ଧାର କରିବା ସହିତ ଚୋରିରେ ସମ୍ପୃକ୍ତ ତିନିଜଣକୁ ଗିରଫ କରିବାରେ ସଫଳ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଇରଙ୍ଗପୁର SDPO ରତିକାନ୍ତ ଗିରି।

ସୂଚନା ମୁତାବିକ ଗତ ସେପ୍ଟେମ୍ବର ୧୮ ତାରିଖ ବିଶୋଇ ଷ୍ଟାଡିଅମ ନିକଟ ଏକ ସ୍କୁଲ ପାଖରେ  ବାଇକକୁ ରଖି ଗୋପୀନାଥ ମାଝୀ ନାମକ ଯୁବକ ଫୁଟବଲ ଖେଳ ଦେଖିବାକୁ ଷ୍ଟାଡିଅମକୁ ଯାଇଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କ ବାଇକଟି ଚୋରି ହୋଇଯାଇଥିବା ଜାଣି ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଶୋଇ ପୋଲିସ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଚୋରି ହୋଇଥିବା ବାଇକ ସହିତ ଆହୁରି ୭ଟି ବାଇକକୁ ଜବତ କରିବା ସହିତ ଚୋରିରେ ସମ୍ପୃକ୍ତ ତିନିଜଣକୁ ପୋଲସ ଗିରଫ କରିଛି। ଗି

ରଫ ଅଭିଯୁକ୍ତମାନେ ହେଲେ ତିରିଙ୍ଗ ଥାନା ଅଞ୍ଚଳର ମାଝିଆ ଟୁଡୁ, ସାଙ୍ଗ ଆଲଦା ଓ ଦାମୁ ଆଲଦା। ସାଙ୍ଗ ଓ ଦାମୁ ଦୁଇଜଣ ଭାଇ ବୋଲି ଜଣା ପଡ଼ିଛି। ତେବେ ଅଭିଯୁକ୍ତମାନେ ଆଉ କେଉଁ କେଉଁ ଚୋରି ଘଟଣାରେ ସମ୍ପୃକ୍ତ ପୋଲିସ ତାହା ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.