୬୧ କିଲୋ ୯୮୫ ଗ୍ରାମ ରୂପା ଜବତ କଲା ପୁଲିସ୍: ପ୍ରତ୍ୟେକ ରୂପା ଖଣ୍ଡରେ ରହିଛି ନମ୍ବର
26/08/2020 at 9:42 PM

ବ୍ରହ୍ମପୁର୨୬/୮: ୬୧ କିଲୋ ୯୮୫ ଗ୍ରାମ ରୂପା ଜବତ କଲା ପୁଲିସ୍। ଆନ୍ଧ୍ର ପ୍ରଦେଶ ଇଚ୍ଛାପୁରମ୍ ପୁଲିସ୍ପୁରୁଷୋତ୍ତମପୁରମ୍ ଚେକ୍ ପୋଷ୍ଟ ନିକଟରେ ଏକ କାରକୁ ଯାଞ୍ଚ କରିବା ବେଳେ ଜବତ କରିଛି।ମିଳିଥିବା ବ୍ରହ୍ମପୁରରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ AP 16 EK 0818 ନାମକ ଏକ କାରରେ ବେଆଇନ୍ ଭାବେ ରୂପା ଧାତୁ ଚାଲାଣ ହେଉଥିଲା। ଜବତ ରୂପାରେ ନମ୍ବର ରହିଛି। ଖଣ୍ଡ ଖଣ୍ଡ କରି ଏମିତି ୬୧ କିଲୋ ୯୮୫ ଗ୍ରାମ ରୂପା ଜବତ କରିଛି ପୁଲିସ୍। ବିନା ଦସ୍ତାବିଜ୍ ଏବଂ ବିନା ଅନୁମତିରେ ରୂପା ଧାତୁ ଚାଲାଣ ହେଉଥିବା ଇଚ୍ଛାପୁରମ୍ ପୋଲିସ୍ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ପୁଲିସ୍ ରୂପା ଏବଂ ୩ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।