ବାଲେଶ୍ଵର: ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରାୟ ୨୫ ଲକ୍ଷରୁ ବେଆଇନ ବାଣ ଜବତ। ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଥାନା ପୋଲିସ୍ ଦ୍ଵାରା ପ୍ରାୟ ୨୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିବା ସହ ପୋଲିସ ୧୧ ଜଣକୁ ଗିରଫ କରିଛି। ଏହା ସହ ବେଆଇନ ବାଣ ଗଚ୍ଛିତ ଏବଂ ତିଆରି କରିବା ନେଇ ୯ଟି ମାମଲା ମଧ୍ୟ ରୁଜୁ କରାଯାଇଛି।
ସୂଚନାଥାଉକି, ସୋମବାର ବ୍ରହ୍ମପୁରରେ ମଧ୍ୟ ସମାନ ଭାବରେ ବିପୁଳ ପରିମାଣର ବେଆଇନ ବାଣ ଜବତ ହୋଇଥିଲା। ସ୍ଥାନୀୟ ବଡ଼ବଜାର ପୋଲିସ୍ ଥାନା ଅଞ୍ଚଳରେ ବେଆଇନ ବାଣ ମହଜୁଦ ଥିବା ସୂଚନା ପାଇ ପୋଲିସ୍ ୧୧ଟି ସ୍ଥାନ ଚଢ଼ଉ କରିଥିଲା। ଜବତ ବାଣର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବା ନେଇ ସୂଚନା ଦେଇଥିଲେ ବ୍ରହ୍ମପୁର ଏସପି ଶରବଣା ବିବେକ. ଏମ। ଚାଲାଣ ହେବାକୁ ଥିବା ଅଟୋକୁ ମଧ୍ୟ ଜବତ କରିଥିଲା ପୋଲିସ୍।
ଆହୁରି ପଢ଼ନ୍ତୁ: ରାସ୍ତାକଡ଼ରେ ମେଡିକାଲ ବର୍ଜ୍ୟବସ୍ତୁ ପକାଇବା ପଡ଼ିଲା ମହଙ୍ଗା, ବିଏମସି ଲଗାଇଲା ୬୦ ହଜାର ଫାଇନ୍