ଡ୍ରାଇଭ୍ ଓ୍ବେ ଢାବାରେ ଚଢାଉ, ମଦ ଜବତ କରି ସିଲ୍ କଲା ପୋଲିସ

Published By : Prameya-News7 Bureau | November 15, 2023 IST

ବ୍ରହ୍ମପୁର ୧୫।୧୧: ଗଞ୍ଜାମ ପୋଲିସର ଆକ୍ସନ । ସହରର ବିଭିନ୍ନ ଢାବା ଉପରେ ଚଢାଉ । ମଦ ଜବତ କରି ଢାବାକୁ ସିଲ୍ କଲା ପୋଲିସ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ପୋଲିସ ବିଭିନ୍ନ ଢ଼ାବା ଉପରେ ଚଢ଼ାଉ କରିଛି । ପାଟପୁର ଡ୍ରାଇଭ୍ ଓ୍ବେ ଢ଼ାବା ଉପରେ ଚଢ଼ାଉ କରି ମଦ ଜବତ କରିଛି ପୋଲିସ । ମଦ ଜବତ କରିବା ସହ ଢ଼ାବାକୁ ସିଲ୍ କରାଯାଇଛି । ଏହି ଘଟଣାରେ ଜଣେ ଅଟକ ଅଛନ୍ତି ।

ସେହିପରି ଗାଙ୍ଗପୁର ଥାନା ଅଞ୍ଚଳର ବିଞ୍ଚଣା ଠାରେ ଥିବା ଖମ୍ବେଶ୍ବରୀ ଢ଼ାବା ଉପରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରି ଢ଼ାବାକୁ ସିଲ୍ କରିଥିବା ପୋଲିସ ସୂଚନା ଦେଇଛି । ଏ ନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

You Can Read :

wp:embed {"url":"https://www.prameyanews7.com/miscreants-looted-four-places-in-nischintakoili/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-looted-four-places-in-nischintakoili/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.