ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିରରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରି ଗିରଫ ହୋଇଥିବା ଅହମଦ ମୁର୍ତ୍ତାଜା ଅବ୍ବାସୀ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଚି। ଆବ୍ବାସୀର ଆତଙ୍କବାଦୀ ସଂଗଠନ ISIS(ଇସ୍ଲାମିକ ଷ୍ଟେଟ୍ ଅଫ୍ ଇରାକ ସିରିଆଇ) ସହିତ ଲିଙ୍କ୍ ରହିଥିବା ଜଣାପଡ଼ିଛି। ପଚରାଉଚରା ବେଳେ ସତ ମାନିଯାଇଛି ଅବ୍ବାସୀ।
ଉତ୍ତର ପ୍ରଦେଶ ପୁଲିସ ଅତିରିକ୍ତ ଡିଜି(ଲ ଆଣ୍ଡ ଅର୍ଡର) ପ୍ରଶାନ୍ତ କୁମାରଙ୍କ ସୂଚନା ଅନୁସାରେ, ମୁର୍ତ୍ତାଜା ଅବ୍ବାସୀ ISIS ପାଇଁ ଲଢ଼ିବା ନେଇ ଶପଥ ନେବା ସହିତ ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହଯୋଗ ଯୋଗାଉଥିଲା। ମୁର୍ତ୍ତାଜା ୨୦୨୦ରେ ISIS ପାଇଁ ଶପଥ ନେଇଥିଲା ବୋଲି ଏଡିଜି କହିଛନ୍ତି।
୨୦୧୪ରେ ବେଙ୍ଗାଲୁରୁରୁ ଗିରଫ ହୋଇଥିବା ISIS ଏଜେଣ୍ଟ ମେହେଦି ମସୁଦ ସହ ସମ୍ପର୍କରେ ଥିଲା ମୁର୍ତ୍ତାଜା। ସୋସିଆଲ୍ ମିଡିଆ ମାଧ୍ୟମରେ ସମ୍ପର୍କ କରି ଯୋଜନା ତିଆରି ହେଉଥିଲା। ତା ସହିତ ସୋସିଆଲ୍ ମିଡିଆ ମାଧ୍ୟମରେ ମୁର୍ତ୍ତାଜା ନିୟମିତ ISIS ଏଜେଣ୍ଟଙ୍କ ସହ ଲିଙ୍କରେ ରହୁଥିଲା। ଇଣ୍ଟରନେଟ୍ ମାରଣାସ୍ତ୍ର ବିଷୟରେ ପଢ଼ିବା ପରେ ଘରେ ସେଗୁଡ଼ିକୁ ଅଭ୍ୟାସ କରୁଥିଲା ବୋଲି ୟୁପି ପୁଲିସ କହିଛି।
ଚଳିତ ମାସ ଆରମ୍ଭରୁ ଗୋରଖପୁର ମନ୍ଦିରରେ ପଶି ହଙ୍ଗାମା କରିଥିଲ ଅହମଦ ମୁର୍ତ୍ତାଜା ଅବ୍ବାସୀ। ପରେ ପୁଲିସ ତାକୁ ଧରିବାପରେ ସେ ଜଣେ କ୍ୟାମିକାଲ ଇଞ୍ଜିନିୟର ବୋଲି ଜଣାପଡ଼ିଥିଲା।