ଦେଖନ୍ତୁ ଭିଡିଓ-ଡେଇଁପଡି ଜୀବନ ବଞ୍ଚାଇଲେ ପୁଲିସ କନେଷ୍ଟବଳ, କାର୍ ବନେଟ ଉପରେ ୩ କିଲୋମିଟର ଘୋଷାଡି ନେଲା ଦୁର୍ବୃତ୍ତ
20/08/2019 at 7:13 PM

ଗୁରୁଗ୍ରାମ . – ଗୁରୁଗ୍ରାମରେ ପୁଣି ଜଣେ ପୁଲିସ କନେଷ୍ଟବଳ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ରୋକିବା ବେଳେ ଜୀବନ ମରଣ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଟ୍ରାଫିକ୍ ନିୟନ ଉ୍ଲଲଘଂନ କରୁଥିବା ଜଣେ ଦୁର୍ବୃତ୍ତ ଜଣେ କର୍ତ୍ତବ୍ୟରତ କନେଷ୍ଟବଳଙ୍କୁ ନିଜ କାରର ବନେଟ ଉପରେ ୩ କିଲୋମିଟର ଘୋଷାଡି ନେଇଛି । ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ୩ କିଲୋମିଟର ପରେ ଗାଡି ଧୀର ହେବାରୁ କନେଷ୍ଟବଳ ଗାଡିରୁ ଡେଇଁ ପଡି ଜୀବନ ବଞ୍ଚାଇଛନ୍ତି। ସୌଭାଗ୍ୟବଶତଃ ସେହି ସମୟରେ କୌଣସି ଗାଡି ତାଙ୍କୁ ଧକ୍କା ଦେଇନାହିଁ।
ଏହାପରେ ପୁଲିସ ସେହି ଗାଡିର ଚାଳକକୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି ବୋଲି ଗୁରୁଗ୍ରାମର ଏସିପି ଶମଶେର୍ ସିଂ ସୂଚନା ଦେଇଛନ୍ତି । ଏକ ଧଳା ରଙ୍ଗର ହୁଣ୍ଡାଇ ଏକ୍ସଣ୍ଟ ଗାଡି ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ଦେଖି କନେଷ୍ଟବଳ ତାକୁ ରୋକିବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ଗାଡି ଚାଳକ କନେଷ୍ଟବଳଙ୍କୁ ଧକ୍କା ଦେଇଥିଲା । ସେ ଗାଡି ଉପରେ ପଡିଯିବାରୁ ତାଙ୍କୁ ପ୍ରାୟ ୩ କିଲୋମିଟର ରାସ୍ତା ଯାଏଁ ଗାଡିର ବନେଟ ଉପରେ ଘୋଷାଡି ନେଇଯାଇଥିଲା ।
ଗାଡି ଚାଳକଙ୍କ ନାମରେ ପୁଲିସ ଭାରତୀୟ ପିଙ୍ଗଳଧାରା ୩୩୨,୩୫୩,୧୮୬ ଓ ୩୦୭ରେ ଏକ ମାମଲା ରୁଜୁ କରିଛି । ଚଳିତ ବର୍ଷ ଆରମ୍ଭରେ ଗୁରୁଗ୍ରାମରେ ଏପରି ଏକ ଘଟଣା ଘଟିଥିଲା ।