scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୋଣାର୍କ ଗଣଦୁଷ୍କର୍ମ ଘଟଣାର ଖୋଲୁଛି ଗୁମର: ଯୁବତୀଙ୍କୁ ଦେହ ବ୍ୟବସାୟ ପାଇଁ ଅଣାଯାଇଥିଲା ବୋଲି କହିଲା ପୋଲିସ

18/10/2018 at 7:06 PM

କୋଣାର୍କ ୧୮|୧୦: କୋଣାର୍କ ଗଣଦୁଷ୍କର୍ମ ମାମଲା ଦିନକୁ ଦିନ ଜଟିଳ ହେଉଛି । ସଂପୃକ୍ତ ଯୁବତୀଙ୍କୁ ଏଠାକୁ ଦେହ ବ୍ୟବସାୟ ପାଇଁ ଅଣାଯାଇଥିଲା ବୋଲି ଅଭିଯୋଗ ହେଲାଣି । ଯଦି ଏହି କଥା ସତ ହୁଏ ତେବେ ବିଶ୍ବ ପର୍ଯ୍ୟଟନସ୍ଥଳି କୋଣାର୍କ ଦେହ ବ୍ୟବସାୟର ପେଣ୍ଠସ୍ଥଳ ପାଲଟିଛି ବୋଲି ଅନେକକଙ୍କ ମତ । ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ସମାଜସେବୀ

କୋଣାର୍କରେ ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମ ଘଟଣାକୁ ନେଇ ସାଂଘାତିକ ଗୁମର ଗୁମୁରୁଛି । ପୋଲିସ କହିବା ଅନୁସାରେ ସଂପୃକ୍ତ ଯୁବତୀଙ୍କୁ ଏଠାକୁ ଦେହ ବ୍ୟବସାୟ ପାଇଁ ଅଣାଯାଇଥିଲା । ଏଥିରେ ସେହି ଯୁବତୀ ନୁହନ୍ତି ଆଉ କିଛି ଯୁବତୀ ଓ ଦଲାଲ ସାମିଲ ଅଛନ୍ତି । ଯଦି ପୋଲିସ କଥା ସତ ତେବେ ସଂଘାତିକ । କୋଣାର୍କ କଣ ଦେହ ବ୍ୟବସାୟର ପେଣ୍ଠସ୍ଥଳ ପାଲିଟିଛି କି?  ପୂର୍ବରୁ ମଧ୍ୟ ବିଶ୍ବ ପର୍ଯ୍ୟଟନସ୍ଥଳି କୋଣାର୍କର ବିଭିନ୍ନ ଲଜ୍‌, ହୋଟେଲ୍‌ ଓ ଗେଷ୍ଟ ହାଉସ୍‌ରେ ଦେହବ୍ୟବସାୟ ଚାଲୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ହେଲେ ଧର୍ମକୁ ଆଖିଠାର ମାରି କାଁ ଭାଁ କେଉଁଠି ଚଢାଉ କରି ସବୁ ଚୁପ୍‌ଚାପ ଚାଲୁଥିଲା। ଅଭିଯୋଗ ହେଉଛି ଦେହ ଦଲାଲଙ୍କ ସହ ହାତ ମିଶାଇ ପୋଲିସ ଜଣାତରେ ଚାଲିଥିଲା ସବୁକିଛି । କୋଲକାତାରୁ ଆସୁଛନ୍ତି ବଙ୍ଗୀୟ ଯୁବତୀ । ଅଧିକ ଅର୍ଥର ଲୋଭ ଦିଆଯାଉଛି । ଆଉ ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଯାଉଛି । ଯୁବତୀମାନେ ଏଠାରେ ମାସ ମାସ ଧରି ଚୁକ୍ତିଭିତ୍ତିରେ ରହୁଛନ୍ତି । ଏଥିରେ ଅନେକ ବଡବଡିଆ ବି ସାମିଲ ଥିବା କୁହାଯାଉଛି ।

ଦେହ ବ୍ୟବସାୟ ରାକେଟ୍‌ରେ କେଉଁମାନେ ସାମିଲ୍‌ ?  କେଉଁମାନେ ସଂପୃକ୍ତ ଯୁବତୀଙ୍କୁ ଆଣି ଏଠାରେ ରଖିଥିଲେ ?  କୋଣାର୍କର କେଉଁ କେଉଁ ସ୍ଥାନରେ ଏଭଳି ଅନୈତିକ କାର୍ଯ୍ୟ ଚାଲିଛି ? ଏହି ରାକେଟ୍‌ର କିଙ୍ଗ ପିନ୍‌ ଧରାପଡିବ ନା ଖସିଯିବ ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି। ତେବେ ପୋଲିସ ଜଣେ ଦଲାଲ କୃଷ୍ଣ ବେହେରାକୁ ଅଟକ ରଖିଥିବା ବେଳେ ଅଭିଯୁକ୍ତ କୁହାଯାଉଥିବା ସୁବାସ ବେହେରା ଓ ବ୍ରଜକିଶୋର ବେହେରାକୁ ଖୋଜୁଛି । ଏହି ଘଟଣା ପରେ ଏବେ କୋଣାର୍କର ସମସ୍ତ ଲଜ୍‌ ବନ୍ଦ ହୋଇଯାଇଛି ତେବେ ପୋଲିସର ତଦନ୍ତ ଘେରକୁ କେଉଁମାନେ ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା।

   Related Posts