ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବଲାଙ୍ଗୀର ବିଚ୍ ରାସ୍ତାରେ ଉଲଗ୍ନ ହୋଇ ବୁଲିଲେ ଯୁବତୀ : ଶାଢୀ ଦେବାରୁ ଫିଙ୍ଗିଦେଲେ, କାବୁ କଲା ପୋଲିସ

29/10/2019 at 2:39 PM

ବଲାଙ୍ଗୀର ୨୯|୧୦: ବଲାଙ୍ଗୀର ସହରରେ ଜଣେ କମ ବୟସର ବିବାହିତ ଯୁବତୀ ଉଲଗ୍ନ ଅବସ୍ଥାରେ ରାସ୍ତାରେ ବୁଲୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଯୁବତୀଙ୍କ ମାନସିକ ସ୍ଥିତି ଠିକ ନଥିବା ଯୋଗୁଁ ଯୁବତୀ  ଜଣକ ଏଭଳି ଭାବରେ ଉଲଗ୍ନ ବୁଲୁଥିବା ସଂଦେହ କରାଯାଉଛି । ପିସିଆର ପହଞ୍ଚି ଏହି ମହିଳା ଓ ତାଙ୍କ ସହିତ ଥିବା ଜଣେ ପୁରୁଷକୁ କାବୁ କରି ଘରକୁ ପଠାଇଛି ।

ପ୍ରତି ଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇ ବୁଲୁଛି ବଲାଙ୍ଗୀର ଜିଲ୍ଲାରେ। ତେବେ ଏଭଳି କିଛି ଭାଇରାଲ ଭିଡିଓ ଯାହା ଏ ମୋବାଇଲରୁ ସେ ମୋବାଇଲକୁ ଘୁରିବୁଲିଛି ତାହା ଲାଗିଛି ନ୍ୟୁଜସେଭେନ ହାତରେ। ଜଣେ କମ ବୟସର ବିବାହିତ ଯୁବତୀ ନିଜ ପିନ୍ଧିଥିବା ଶାଢୀ ସହ ସମସ୍ତ ଅନ୍ତବସ୍ତ୍ର ଖୋଲି ରାସ୍ତା ଉପରେ ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ତେବେ ତାଙ୍କ ସହିତ ଜଣେ ପୁରୁଷ ରହିଛନ୍ତି ଯେ ତାଙ୍କୁ ଗୋଟିଏ ଲାଲ ରଙ୍ଗର ଶାଢୀରେ ଢାଙ୍କିବାକୁ ଚେଷ୍ଟା କଲେ ମଧ୍ୟ ସେ ତାକୁ କାଢି ଫିଙ୍ଗି ଦେଉଛନ୍ତି। ତା ସହ ବସ ଭିତରୁ ସେହି ଯୁବକ ଓ ସେହି ଯୁବତୀଙ୍କୁ ପିସିଆର ଭ୍ୟାନର ପୋଲିସ ବାହାକୁ ଆଣି ତାଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ଭିଡିଓରେ।

ତେବେ କିଛି ଲୋକଙ୍କ କହିବା ଅନୁଯାଇ ଏ ଯୁବତୀ ଜଣକ ମାନସିକ ରୋଗୀ ହୋଇଥିବା ଯୋଗୁଁ ଏଭଳି ଉଲଗ୍ନ ହୋଇ ବୁଲୁଛନ୍ତି । ସହରର ପେଲେସ ଲାଇନଠାରେ ଏହି ଦୃଶ୍ୟ ଦେଖିବାକୁ ପାଇଥିବା ଲୋକଙ୍କ ମଧ୍ୟରେ ହୋଇଛି ଚର୍ଚ୍ଚା। ସେପଟେ ପିସିଆରରେ ଥିବା ପୋଲିସ ଦୁହିଁଙ୍କୁ କାବୁ କରି ଆଦର୍ଶ ଥାନାକୁ ଆଣିଥିବା ବେଳେ ଯୁବତୀଙ୍କ ସ୍ବାମୀ, ତାଙ୍କ ପାରିବାର ଲୋକ ସମସ୍ତେ ଆସି ତାଙ୍କୁ ଘରକୁ ନେଇ ଯାଇଥିବା କହିଛନ୍ତି ଆଇଆଇସି।

ତେବେ ଏନେଇ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ। ଏନେଇ ପୋଲିସ ପକ୍ଷରୁ ଏଭଳି ଜଣେ ଯୁବତୀଙ୍କୁ ଉଲଗ୍ନ ଅବସ୍ଥାରେ ରହିଥିବା ଭିଡିଓ ଉଠାଇବା ଓ ଭାଇରାଲ କରିବା ଘଟଣାକୁ ନେଇ ତଦନ୍ତ କରିବା ସହ ଏଭଳି ଘଟଣାଗୁଡିକୁ ନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।

   Related Posts