ଦେବଗଡରେ ଦୁଇ ଚୋରଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ ; ଘଟଣାସ୍ଥଳରୁ ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | November 07, 2018 IST

ଦେବଗଡ଼ ୭|୧୧:  ଦୁଇ ଚୋରଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ଦେବଗଡ଼ ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ପଞ୍ଚାୟତର ଖୁଣ୍ଟାପଶି ଗାଁର ଘଟଣା । ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କଲା ପୋଲିସ । ସୂଚନାଯୋଗ୍ୟ ଯେ, ଦେବଗଡ଼ ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ପଞ୍ଚାୟତର ଖୁଣ୍ଟାପଶି ଗାଁର ଡାକ୍ତର ବାଘଙ୍କ ଘରେ ଦୁଇ ଜଣ ଚୋର ଗତକାଲି ମଧ୍ୟ ରାତ୍ରିରେ ପଶିଥିଲେ । ସେମାନେ ୨ଜଣ ଡାକ୍ତର ବାଘଙ୍କ ଘରେ ପଶି ୮ ହଜାର ଟଙ୍କା ଓ ମୋବାଇଲ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ପରିବାରଲୋକ ଗ୍ରାମବାସୀଙ୍କ ସହାୟତାରେ ୨ଚୋରଙ୍କୁ ଚିହ୍ନଟ କରି ଗ୍ରାମରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ରଖିଥିଲେ । ଘଟଣାସ୍ଥଳରେ ଦେବଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ସେମାନେ ହେଲେ ବାସୁଦେବପୁର ଗ୍ରାମର ବିରଞ୍ଚି ବରିହା ଓ ଫୁଲଝରି ଗ୍ରାମର ଜିତେନ୍ଦ୍ର ଅଟ୍ଟି । ଚୋରୀ କରିଥିବାକୁ ସେମାନେ ଗ୍ରାମବାସୀଙ୍କ ନିକଟରେ ସ୍ବୀକାର ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.