ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଜଙ୍ଗଲରୁ ନାବାଳିକାକୁ ଉଦ୍ଧାର କଲା ପୋଲିସ, ଅଟୋରେ କରାଯାଇଥିଲା ଅପହରଣ, ଡ୍ରାଇଭର ଫେରାର

1/06/2022 at 11:47 PM

ଢେଙ୍କାନାଳ: ମାଆ ପାଖରୁ ଗାଏବ ହୋଇଯାଇଥିବା ୧୩ ବର୍ଷ ଝିଅ ଉଦ୍ଧାର। ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର  କରିଛନ୍ତି। ନାବାଳିକାଙ୍କୁ ଏକ ଅଟୋରେ ଅପହରଣ କରି ନେଇଯାଇଥିଲେ। ଅପହରଣ କରିଥିବା ଅଟୋ ଡ୍ରାଇଭର ଫେରାର ମାରିଛି। ଢେଙ୍କାନାଲ ବାସ ଷ୍ଟାଣ୍ଡରୁ ନିଜ ମା ପାଖରୁ ଅପରହରଣ ହୋଇଯାଇଥିଲା ଏହି ନାବାଳିକା।

ଢେଙ୍କାନାଳ ବସ ଷ୍ଟାଣ୍ଡରେ ଆଜି ରାତି ପ୍ରାୟ ୮ଟା ସମୟରେ ଏପରି ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ଢେଙ୍କାନାଲ ସହରରେ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ମା ପାଖରୁ ୧୩ ବର୍ଷୀୟ ଝିଅ ଗାଏବ ହୋଇ ଯାଇଥିଲା। ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ରୁଣ୍ଢ ହୋଇଥିଲେ।  ଖବର ପାଇ ଟାଉନ ପୁଲିସ ପହଂଚି ତନା ଘନା ଆରମ୍ଭ କରିଥିଲା।  ଗାଏବ ନାବାଳିକା ମା ସହ ଗାଁକୁ ଯିବା ପାଇଁ ଢେଙ୍କାନାଳ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ।

ତେବେ ଅଚାନକ ୧୩ବର୍ଷର ଝିଅ ଗାଏବ ହୋଇ ଯାଇଥିଲା।  ଝିଅକୁ ନପାଇ ମା କାନ୍ଦିବାରୁ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ପୁଲିସକୁ ଖବର ଦେଇଥିଲେ । ଟାଉନ ପୁଲିସ ଗାଏବ ନାବାଳିକାର ମାଆକୁ ନେଇ ବିଭିନ୍ନ ଜାଗାରେ ଛାନ ଭିନ  ଚଳାଇଥିଲେ।  ଗାଏବ ନାବାଳିକା ଜଣେ ଭିନ୍ନ କ୍ଷମ (ଅନ୍ଧ)। ସେ ଢେଙ୍କାନାଲ ଗୋବିନ୍ଦପୁର ଅଂଚଳରେ ଏକ ଭିନ୍ନକ୍ଷମ ଆବାସିକ ସ୍କୁଲରେ ରହି ପାଠ ପଢ଼ନ୍ତି । ତାଙ୍କ ଘର ପରଜଙ୍ଗ ଥାନା ସାନ୍ଦା ଅଂଚଳରେ।  ଆଜି ତାର ମା ଆସି ତାକୁ ଗାଁକୁ ନେଉଥିଲେ ।

   Related Posts