ବନ୍ଦ କୋଠରୀରୁ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | July 01, 2022 IST

ସମ୍ୱଲପୁର ୦୧/୦୭ : ବନ୍ଦ କୋଠରୀରୁ ଯୁବତୀ ଉଦ୍ଧାର। କଳାମାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେହେରା ଟିକ୍ରା ପ୍ରଧାନମନ୍ତ୍ରୀ କଲୋନୀ ପଡାରେ ଏକ ପ୍ରଧାନମନ୍ତ୍ରୀ ଆବାସ ଘରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। କଲାମାଟି ସରପଞ୍ଚ ଡକ୍ଟର ସୁଷମା ସାହୁ ସମ୍ପୃକ୍ତ ଯୁବତୀଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରିଛନ୍ତି। ଆଜି ସନ୍ଧ୍ୟାରେ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ମାତ୍ରେ ଶ୍ରୀମତୀ ସାହୁ ଗୋଶାଳା ଫାଣ୍ଡି ଅଧିକାରୀ ଶ୍ରୀ ମୋହନ ବାଗଙ୍କୁ ଖବର ଦେଇଥିଲେ।

ପରେ ସମସ୍ତେ ଯାଇ ତାଲା ଭାଙ୍ଗି ଯୁବତୀଙ୍କୁ ଉଦ୍ଧାର କରିଥିଲେ। କଣ ପାଇଁ କିଏ କାହିଁକି ତାଲା ପକାଇ ରଖିଥିଲା ତଦନ୍ତ ପରେ ଜଣା ପଡ଼ିବ ବୋଲି ଶ୍ରୀ ବାଘ କହିଛନ୍ତି। ଯୁବତୀ ଜଣକ ନିଜକୁ ସମ୍ବଲପୁର ନୂଆପଡାର ବାସିନ୍ଦା ବୋଲି କହିଛନ୍ତି। ଉଦ୍ଧାର ହୋଇଥିବା ଯୁବତୀ ଏଠାକୁ କାହିଁକି ଆସିଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯୁବତୀଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ଏହି କଲୋନୀରେ ସମସ୍ତ ହିତାଧିକାରୀ ରହୁ ନଥିବାରୁ ଏଠାରେ ବହୁତ ବେନିୟମ କାମ ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.