ଠକେଇ ତାଲିକାରେ 'ମିସ୍‌ 420' ଙ୍କର ରହିଛି ଲମ୍ବା ଫର୍ଦ୍ଦ, ସାମିଲ ଥିଲେ ମାଆ

Published By : Prameya-News7 Bureau | August 14, 2020 IST

ଅନୁଗୋଳ୧୪/୮: ରିମାଣ୍ଡରେ ଗଲେ ମିସ୍‌ 420। ଗୋଟେ ଦିନ ପାଇଁ ମିସ୍‌ 420 ଙ୍କୁ କୋଲିୟାରୀ ପୋଲିସ୍ ରିମାଣ୍ଡରେ ନେଇଛି। ସଂପୃକ୍ତ ଯୁବତୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଥିଲା ପୋଲିସ୍। 

{"id":314367,"width":561,"height":908,"sizeSlug":"large"}

ଏହି ଯୁବତୀ ଜଣଙ୍କ ପ୍ରଥମେ ନିଜକୁ ଫାଇନାନ୍ସ କର୍ମଚାରୀ କହି ଜଣେ ଅବସର ପ୍ରାପ୍ତ ଡାକ୍ତରଙ୍କଠାରୁ ୪ ଲକ୍ଷ ୫୭ ହଜାର ଠକିଥିଲେ। ଏହି କେସ୍‌ରେ ସଂପୃକ୍ତ ଯୁବତୀଙ୍କ ବେଲକୁ ମାନ୍ୟବର କୋର୍ଟ ଖାରଜ କରିଛି। ସଂପୃକ୍ତ ଯୁବତୀଙ୍କ ବିରୋଧରେ ତିନି ତିନୋଟି ଠକେଇ କେସ ରହିଛି। ମିଳିଥିବା ସୂଚନା ମୁତାବକ, ନିର୍ମଳା  ବେହେରା ନାମକ ଜଣେ ବ୍ୟକ୍ତଙ୍କଠାରୁ ଏହି ଯୁବତୀ ୧ ଲକ୍ଷ ୫ ହଜାର ଠକିଛନ୍ତି ।

{"id":314368,"width":557,"height":705,"sizeSlug":"large"}

ମିସ୍‌ 420 ଙ୍କ ବିରୋଧରେ ଆଉ ଏକ ବଡ଼ ଠକେଇ ଅଭିଯୋଗ ରହିଛି। ଯେଉଁଥିରେ ସଂପୃକ୍ତ ଯୁବତୀଙ୍କ ମାଆ ମଧ୍ୟ ସାମିଲ ଅଛନ୍ତି। ମାଆ-ଝିଅଙ୍କ ବିରୋଧରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ ରହିଛି। ଏମିତି ଆଉ କେତେଜଣଙ୍କୁ ମିସ୍ 420 ଠକିଛନ୍ତି, ତାର ଖୋଳତାଡ଼ ଆରମ୍ଭ କରିଛି କୋଲିୟାରି ପୋଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.