ଚୋରି ବାଇକ୍ କମ୍ ଦାମ୍‌ରେ ବିକିବାକୁ ଖୋଜୁଥିଲେ ଗ୍ରାହକ, ମାଡି ବସିଲା ପୋଲିସ

Published By : Prameya-News7 Bureau | December 20, 2023 IST

ଭୁବନେଶ୍ବର ୨୦।୧୨: ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ବାଇକ୍ ପାର୍କିଂ ହୁଏ କ୍ୟାପିଟାଲ ହସ୍ପିଟାଲରେ । କାରଣ ଏଗୁଡିକ ଚୋରି ହୋଇଛି ବୋଲି ଜଣାପଡିବ ନାହିଁ କି ପୋଲିସ ଗିରଫ କରିପାରିବନି । ତେବେ ସବୁବେଳେ ସମୟ ଠିକ୍ ନଥାଏ । ଚୋରି ବାଇକ୍ କମ୍ ଦାମରେ ବିକ୍ରି କରିବାକୁ ଗ୍ରାହକ ଖୋଜୁଥିବା ସମୟରେ ମାଡି ବସିଥିଲା କ୍ୟାପିଟାଲ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲା ଜିତେନ୍ଦ୍ର କରୁଆ । ତା’ ନିକଟରୁ ପୋଲିସ ୭ଟି ଚୋରି ବାଇକ୍ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସ ୧୪ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ମୋଟରସାଇକେଲକୁ ଫରେଷ୍ଟ ପାର୍କ ସମ୍ମୁଖରେ ପାର୍କିଂ କରି ପାର୍କ ଭିତରକୁ ଯାଇଥିଲେ । ଗିରଫ ଅଭିଯୁକ୍ତ ଜଣକ କୌଶଳ କ୍ରମେ ତାଙ୍କ ମୋଟରସାଇକେଲକୁ ସେଠାରୁ ଚୋରିକରି ନେଇଯାଇଥିଲେ । ଅଭିଯୋଗକାରୀ ଜଣକ ନିଜ ମୋଟରସାଇକେଲକୁ ଆଖପାଖରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନପାଇ ଶେଷରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ, କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ । ଘଟଣାର ତଦନ୍ତ ବେଳେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ ନିଜ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଜଣକ କଂଗ୍ରେସ ଭବନ ନିକଟରେ ଏକ ମୋଟରସାଇକେଲକୁ କମ ଦାମରେ ବିକ୍ରି କରିବା ଲାଗି ଗ୍ରାହକ ସନ୍ଧାନରେ ଥିବା କଥା ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ପାଟ୍ରୋଲିଂ ଟିମ ଘଟଣାସ୍ଥଳରେ ଚଢଉ କରି ଅଭିଯୁକ୍ତଙ୍କୁ କାବୁ କରିବା ସହିତ ଛାନଭିନ କରି ତା ହେପାଜତରୁ ମୋଟ ୭ଟି ଚୋରା ବାଇକ ଜବତ କରିଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ଉକ୍ତ ମୋଟରସାଇକେଲ ଗୁଡିକୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ଚୋରି କରିଥିବା ବେଳେ ସେଗୁଡିକୁ ସେ କ୍ୟାପିଟାଲ ହସ୍ପିଟାଲର ପାର୍କିଂ ସ୍ଥାନରେ ରଖୁଥିବା କଥା ସ୍ଵୀକାର କରିଥିଲେ । ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ କ୍ୟାପିଟାଲ ଥାନା, ଏୟାରପୋର୍ଟ ଥାନା ଓ ଲକ୍ଷ୍ମୀସାଗର ଥାନାରେ ଚୋରି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/dharmendra-pradhan-write-letter-to-union-health-minister-to-control-diarrhea-outbreak-in-rourkela/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dharmendra-pradhan-write-letter-to-union-health-minister-to-control-diarrhea-outbreak-in-rourkela/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.