ରାଜଧାନୀରେ ନାଗାସାଧୁ ବେଶରେ ଲୁଟ ଘଟଣା, ୫ଜଣଙ୍କୁ ଛାଡିଲା ପୋଲିସ
27/06/2023 at 8:44 AM

ଭୁବନେଶ୍ୱର ୨୭।୦୬ : ରାଜଧାନୀରେ ନାଗାସାଧୁ ବେଶରେ ଲୁଟ ଘଟଣା । ମଞ୍ଚେଶ୍ୱର ଅଞ୍ଚଳରେ ଅଟକ ୫ଜଣ ସାଧୁଙ୍କୁ ଛାଡ଼ିଲା ପୋଲିସ୍ । ଲୁଟରେ ଏମାନଙ୍କ କୌଣସି ସଂପୃକ୍ତି ନଥିବା ନେଇ ପୋଲିସ୍ ସ୍ପଷ୍ଟ ହେବା ପରେ ଏମାନଙ୍କୁ ରାତିରେ ଛାଡ଼ି ଦିଆଯାଇଛି ।
ଖବର ଅନୁଯାୟୀ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ବୋଲେରୋ ଗାଡ଼ିରେ ଏହି ସାଧୁମାନେ ବୁଲୁଥିଲେ ସ୍ଥାନୀୟ ଯୁବକଙ୍କ ସନ୍ଦେହ ହେବାରୁ ପୋଲିସକୁ ଖବର ଦେବା ପରେ ଜୋରଜବରଦସ୍ତି ଥାନାକୁ ଆଣିଥିଲା ପୋଲିସ୍ । ଦୀର୍ଘ ସମୟ ଧରି ପଚରାଉଚରା ପରେ ଶେଷରେ ଉତ୍ତର ପ୍ରଦେଶର ବରେଲି ପୋଲିସ୍ ସବୁଜ ସଙ୍କେତ ଦେବା ପରେ ଏମାନଙ୍କୁ ଛାଡ଼ିଛି ପୋଲିସ୍ । ଏମାନେ କୌଣସି ଲୁଟ ପାଟ ମାମଲାରେ ସଂପୃକ୍ତି ନଥିବା ଜଣାପଡ଼ିଛି ।
ତେବେ ଗତ ୩ ଦିନ ପୂର୍ବରୁ ରଘୁନାଥପୁର ଗାଁରେ ପ୍ରାଣକୃଷ୍ଣ ପଢ଼ୀୟାରିଙ୍କ ଘରୁ ନାଗାସାଧୁ ବେଶରେ ଲୁଟ ଘଟଣାରେ ଏହି ସାଧୁଙ୍କ ଲିଙ୍କ ଥିବା ସନ୍ଦେହରେ ପୋଲିସ୍ ଉଠାଇ ଆଣିଥିଲା ।