ମଲାଇକାଙ୍କ ଘରେ ପହଞ୍ଚିଲା ପୋଲିସ୍‌, ଭିଡିଓ ଭାଇରାଲ୍

Published By : Prameya-News7 Bureau | June 07, 2022 IST

ମୁମ୍ବାଇ ୦୭।୦୬: ବଲିଉଡ୍‌ର ଫିଟ୍‌ନେସ୍‌ ଅଭିନେତ୍ରୀ କହିଲେ ସମସ୍ତେ ଜାଣନ୍ତି ମଲାଇକାଙ୍କୁ । କାରଣ ସେ ତାଙ୍କ ଫିଟ୍‌ନସ୍‌ ଓ ସୁନ୍ଦରତା ପାଇଁ ସବୁ ଆଡେ ଚର୍ଚ୍ଚାରେ ଥାନ୍ତି। ତାଙ୍କୁ ଦେଖିଲେ ଲାଗେ ନାହିଁ କି ସେ ୨ଟା ସନ୍ତାନର ମାଆ । ତାଙ୍କ ନୃତ୍ୟ ଶୈଳୀ, ଫିଟନେସ୍ ଏବଂ ବୋଲ୍ଡ ଅବତାର ସହିତ ବଲିଉଡ ଜଗତରେ ଆତଙ୍କ ସୃଷ୍ଟି କରିଥାନ୍ତି। ଏହା ବ୍ୟତୀତ ମଲାଇକା ତାଙ୍କ ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନାରେ ଥାନ୍ତି। ହେଲେ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ପାଲଟିଛି।

wp:html
/wp:html

ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି । ଯେଉଁଥିରେ ଅଭିନେତ୍ରୀ ମଲାଇକାଙ୍କ ଘରେ ପୋଲିସ କର୍ମୀ ନଜର ଆସିଛନ୍ତି । ଏହା ସହ ସେମାନେ ତାଙ୍କ ଘରର ଭିତରେ ଛିଡା ହୋଇଥିବା ବେଳେ ମଲାଇକା ତାଙ୍କ ସୋଫାରେ ବସିଥିବାର ଦେଖିବାକୁ ମିଳିଛନ୍ତି। ଭିଡିଓକୁ ଦେଖିବା ମାତ୍ରେ ତାଙ୍କ ଫ୍ୟାନ୍ସମାନଙ୍କ ମନରେ  ପ୍ରଶ୍ନ ନାନା ଉଠିଛି ଖବର ଅନୁଯାୟୀ ପରେ ଜଣା ପଡିଛି କି ପୋଲିସ୍‌ମାନେ ତାଙ୍କ ଘରୁ କୌଣସି ଇଭେଣ୍ଟ ପାଇଁ ନିମନ୍ତ୍ର କରିବାକୁ ଆସିଥିଲେ। ଯେଉଁଥିରେ ମଲାଇକା ପୋଲିସ୍‌ଙ୍କ କାର୍ଯ୍ୟକ୍ରମରେ ନଜର ଆସିବେ ।

ଅନ୍ୟପଟେ କହିବାକୁ ଗଲେ, ନିକଟରେ ମଲାଇକା ଛୁଟି କାଟିବାକୁ ବିଦେଶ ଯାଇଥିଲେ । ଯାହାର ଗ୍ଲାମରସ୍‌ ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ । ଯାହା ଖୁବ୍‌ ଭାଇରାଲ୍‌ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.