ବଡ଼ ଧରଣର ଡକାୟତି ପାଇଁ ଚାଲିଥିଲା ଯୋଜନା, ଚଢ଼ାଉ କଲା ପୋଲିସ୍, ୪ ଆନ୍ତଃଜିଲ୍ଲା ଲୁଟେରା ଗିରଫ
21/08/2022 at 4:09 PM

ଉଦଳା,୨୧।୦୮: ବଡ଼ ଧରଣର ଡକାୟତି କରିବା ପାଇଁ ଚାଲିଥିଲା ଯୋଜନା । ହେଲେ ଖବର ପାଇ ଚଢ଼ାଉ କରିଲା ପୋଲିସ । ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଏବେ ପୋଲିସ କବଜାରେ ୪ ଆନ୍ତଃଜିଲ୍ଲା ଡକାୟତ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉଦଳା ଥାନା ଶ୍ମଶାନ କାଳୀ ଛକ ନିକଟରେ ୫ ଜଣ ଯୁବକ ବଡ଼ ଧରଣର ଡକାୟତି ନିମନ୍ତେ ଯୋଜନା କରୁଥିଲେ । ଏହି ସମୟରେ ଉଦଳା ପୋଲିସ ସେଠାରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଚାରି ଜଣ ଡକାୟତକୁ ପୋଲିସ ଗିରଫ କରିଛି।
ଗିରଫ ଡକାୟତଙ୍କ ନିକଟରୁ ତିନି ଗୋଟି ବାଇକ୍, ପାଞ୍ଚ ମୋବାଇଲ, ଭୁଜାଲି, ଛୁରୀ, ଶାବଳ ସହିତ ନଗଦ ଅଠଚାଳିଶ ହଜାର ଟଙ୍କା ପୋଲିସ ଜବତ କରିଛି । ଏହି ଡକାୟତମାନଙ୍କ ନାମରେ ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ ଗଞ୍ଜାମ ଜିଲ୍ଲାରେ ଅନେକ ଡକାୟତି ମାମଲା ରହିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏହା ସହିତ ଡକାୟତମାନେ ପୂର୍ବରୁ ଉଦଳା ଅଂଚଳରେ ହୋଇଥିବା ୬ ରୁ ଅଧିକ ଡକାୟତି ଏବଂ ଲୁଟ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଗିରଫ ଆନ୍ତଃଜିଲ୍ଲା ଡକାୟତମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଂଚଳର ବିନୋଦ ଦାସ, ଶିବ ଦାସ, ଶାରଦ ଥାନା ଅଂଚଳର ରବି ରାଓ ଏବଂ ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ଦୀପକ ପ୍ରଧାନ । ପୋଲିସ୍ ଗିରଫ ଲୁଟେରାଙ୍କୁ ପୋଲିସ କୋର୍ଟଚାଲାଣ କରିଛି ।