ଚଢ଼ଉ କରି ୨ ଧଳା ଜହର ବେପାରୀଙ୍କୁ ଧରିଲା ପୋଲିସ
20/02/2023 at 7:15 PM

ଜଟଣୀ ୨୦/୦୨: ବିଶେଷ ସୂତ୍ରରୁ ଖବର ପାଇ କୁଦିଆରୀ ଉଚ୍ଚ ପ୍ରାଥମିକ ସ୍କୁଲ ପାଖରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଚଢ଼ଉ କରି ୨ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି। ଦୁଇ ବେପାରୀଙ୍କ ଠାରୁ ସାଢ଼େ ପାଞ୍ଚ ଗ୍ରାମ୍ ବ୍ରାଉନସୁଗାର ସହ ଦୁଇଟି ମୋବଇଲ ଓ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି। ସେମାନଙ୍କ ପରିଚୟ ରାକେଶ କୁମାର ହରିଚନ୍ଦନ ଓ ଲୋକନାଥ ମହାପାତ୍ର।

ସେମାନେ ଖୋର୍ଦ୍ଧା ଜିଲ୍ଲା ହାଡପଡା ଓ କୁସୁମାଟିର ବାସିନ୍ଦା। ଜଳେଶ୍ୱରରୁ ବ୍ରାଉନ ସୁଗାର ଆଣି ବିକ୍ରି କରୁଥିଲେ ବୋଲି ପୋଲିସ ଆଗରେ ଦୁଇ ଅଭିଯୁକ୍ତ ସ୍ୱୀକାର କରିଛନ୍ତି। ଅଭିଯୁକ୍ତଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ପୋଲିସ କହିଛି। ସମ୍ପୃକ୍ତ ଦୁଇ ଜଣକୁଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ l
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023