ସେକ୍ସ ରାକେଟ୍ ଆଡ୍ଡା ଉପରେ ଚଢ଼ଉ, ଖସିଗଲେ ଯୁବତୀ, ଖାଲି ହାତରେ ଫେରିଲା ପୋଲିସ

Published By : Prameya-News7 Bureau | December 19, 2022 IST

ଉଦଳା ୧୯/୧୨: ବହୁଦିନ ହେଲା ଚାଲିଥିଲା ସେକ୍ସ ରାକେଟ୍‌। ଏହା ଜାଣି ଅପରାଧିକ ଆଡ୍ଡାରେ ପୋଲିସ ଚଢ଼ଉ କରିଥିଲା। କିନ୍ତୁ ସେଠାରୁ ଏହି କୁକର୍ମରେ ଲିପ୍ତ ଯୁବକ ଯୁବତୀ ଖସିଯିବାରୁ ପୋଲିସ ଖାଲି ହାତରେ ଫେରିଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳାର ଏକ ଜନଗହଳି ପୂର୍ଣ୍ଣ ଜାଗାରେ ଦେଖିବାକୁ ମିଳିଛି। ପୋଲିସ ଚଢଉ ବେଳେ ସେକ୍ସ ରାକେଟ୍‌ ହେଉଥିବା ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ, ମଦ ବୋତଲ ବାହାରିଥିଲା। ପ୍ରମାଣ ଅଭାବରୁ ପୋଲିସ ସେଠାରୁ ଫେରିଥିଲା। କିନ୍ତୁ ସେଠାରେ ରାଣି ମହୁମାଛି ଓ ତାଙ୍କ ପୁଅ ଚଢ଼ଉ ବେଳେ ଥିଲେ। ପୋଲିସ ଅଭିଯୁକ୍ତ ମହିଳା ଓ ତାଙ୍କ ପୁଅ ଠାରୁ ମୋବାଇଲ୍‌ ଫୋନ୍‌ ଜବତ କରିଛି।  

ଅନ୍ୟପଟେ, ଅଭିଯୁକ୍ତ ମହିଳା ଟଙ୍କା ରୋଜଗାର ପାଇଁ ଏପରି କରୁଥିବା କହିଛନ୍ତି। କିନ୍ତୁ ତାଙ୍କ ପୁଅ ସେଠାରେ ସେକ୍ସ ରାକେଟ୍‌ ଚାଲିଥିବା ଜଣାଇଛି। ମହିଳାଙ୍କ ପୁଅ କହିଛନ୍ତି ଯେ, ତାଙ୍କ ଘରେ ସବୁବେଳେ ଭିଡ଼ ଲାଗିରହେ। ସେଠାରେ ବହୁତ ଅପରିଷ୍କାର ହୋଇ ପଡ଼ିରହିଥାଏ, ସେଥିପାଇଁ ସେଠାକୁ ସେ ଆସେନି। ଅଭିଯୁକ୍ତ ରାଣୀ ମହୁମାଛି ଜଣକ ସ୍ଥାନୀୟ ଅଞ୍ଚଳ ଉଦଳା ସହିତ, ବିଶୋଳ, ଭୁବନେଶ୍ୱର ଏବଂ ପଶ୍ଚିମବଙ୍ଗରୁ ଯୁବତୀ ଆଣି ଘରେ ସେକ୍ସ ରାକେଟ ଚଲାଉଥିବା ଜଣାପଡ଼ିଛି। ସେଠାରେ ଗ୍ରାହକଙ୍କ ଠାରୁ ଅନ୍‌ଲାଇନ୍‌ରେ ଟଙ୍କା ଦେଣ ନେଣ ହେଉଥିଲା। ଯୁବତୀଙ୍କୁ ସାଙ୍ଗରେ ନେଇ ରାତି ବିତାଇଲେ ୫ ହଜାର ଟଙ୍କା  ଓ ଅଭିଯୁକ୍ତ ଘରେ ରାତି ବିତାଇଲେ ଘରେ ରହି ରାତି ବିତାଇଲେ ୧,୫୦୦ ଟଙ୍କା ରାଣୀ ମହୁମାଛି ନେଉଥିଲା ବୋଲି ଜଣାପଡ଼ିଛି। ଏହା ସହିତ ଅନ୍ୟ ଯୁବତୀଙ୍କ ପାଇଁ ୭ଶହ ଟଙ୍କା ଥିବା ରାଣି ମହୁମାଛି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.