ବିଭିନ୍ନ ଜୁଆ ଆଡ୍ଡା ଉପରେ ପୋଲିସ୍‌ର ଚଢ଼ାଉ, ୧୭ ଜଣ ଜୁଆଡ଼ି ଗିରଫ

Published By : Prameya-News7 Bureau | October 06, 2022 IST

ବ୍ରହ୍ମପୁର, ୦୬/୧୦: ବ୍ରହ୍ମପୁର ସଦର ଥାନା ଅଞ୍ଚଳ ଆଙ୍କୁଶପୁର ମାଝି ସାହିର ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ । ଏଥିରେ ଜଡ଼ିତ ଥିବା ୯ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୧୯,୨୦୦ ଟଙ୍କା ଜବତ କରିଛି ପୋଲିସ୍ । ଅନ୍ୟପଟେ ବ୍ରହ୍ମପୁର ବଡ ବଜାର ଥାନା ପାର୍କ ସାହି ସ୍ଥିତ କେ କେ ଏଣ୍ଟର ପ୍ରାଇଜେର୍ସ କାର୍ଯ୍ୟାଳୟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ମଧ୍ୟ ପୁଲିସ୍ ଚଢାଉ କରିଛି । ୮ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୮,୮୫୦ ଟଙ୍କା ଓ ୭ ଟି ମୋବାଇଲ୍ ଫୋନ୍ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.