ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୭ ଜୁଆଡ଼ି ଗିରଫ, ୨ ବାଇକ୍ ଜବତ

Published By : Prameya-News7 Bureau | October 08, 2022 IST

ଗୋବିନ୍ଦପୁର, ୦୮/୧୦: ଜୁଆ ଆଡ୍ଡା ଉପରେ ପୋଲିସ୍‌ର ଚଢ଼ାଉ । ଗୋବିନ୍ଦପୁର ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୭ ଜଣ  ଜୁଆଡ଼ିଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୧୬ ହଜାର ଟଙ୍କା ସହ ୨ଟି ବାଇକ୍‌ ଜବତ କରାଯାଇଛି । ଗିରଫ ଜୁଆଡ଼ି ରାଜେନ୍ଦ୍ର ରଣା, ସୁନୀଲ କୁମାର ସାହୁ, ପିଣ୍ଟୁ ବେହେରା, ରାକେଶ ମହାପାତ୍ର, ସୁନୀଲ କୁମାର ବେହେରା, ପ୍ରଫୁଲ୍ଲ ବେହେରା, ପ୍ରକାଶ ଚନ୍ଦ୍ରବେହେରା (ମଇନା ) ବୋଲି ଜଣାପଡ଼ିଛି । ତେବେ ପୋଲିସ ଏନେଇ ସେମାନଙ୍କ ନାମରେ ୫୭୧/୨୨ରେ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.