କଟକରେ ପୁଣି ନକଲି ସସ୍ ଜବତ, ଜଣେ ଅଟକ
28/05/2022 at 2:33 PM

କଟକ ୨୮।୦୫ : କଟକରେ ପୁଣି ନକଲି ସସ୍ ଗୋଦାମ ଠାବ । ମାଲଗୋଦାମରେ ଥିବା ଏକ ନକଲି ସସ୍ ଗୋଦାମ ଉପରେ ଆଜି ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ନକଲି ସସ୍ ସହ ଚାଓମିନ୍ ଜବତ ହୋଇଛି ।

ଖବର ଅନୁଯାୟୀ, ମାଲଗୋଦାମରେ ଏକ ନକଲି ସସ୍ ଗୋଦାମ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ ଶନିବାର ଦିନ ମାଲଗୋଦାମ ପୋଲିସ ଉକ୍ତ ନକଲି ସସ୍ କାରଖାନାରେ ଚଢାଉ କରିଥିଲା । ଏହି ଚଢାଉର ବିପୁଳ ପରିମାଣର ସସ୍ ସହ ଚାଓମିନ୍ ଜବତ କରିଛି ପୋଲିସ । ଏହିସହିତ ଜଣଙ୍କୁ ଅଟକ ରଖିଛି ପୋଲିସ। ସେହିପରି ଏଥିସହ ବାରଙ୍ଗ ଠାରେ ଥିବା ଏହି ନକଲି ସସ କାରଖାନାକୁ ଆଉ କିଛି ସମୟ ମଧ୍ୟରେ ଚଢ଼ାଉ କରିବ କଟକ ମାଲଗୋଦାମ ପୋଲିସ
Related Posts
ମହଙ୍ଗା ପଡିଲା ୧୪୪ ଧାରା ଭାଙ୍ଗିବା, ୭୨ ମହିଳା ଅଟକ
5 July 2022