ଜୁଆ ଆଡ୍ଡାରେ ପୋଲିସର ରେଡ୍, ୧୦ ଜୁଆଡ୍ଡି ଗିରଫ
3/10/2023 at 1:13 PM

ବ୍ରହ୍ମପୁର ୦୩।୧୦ : ଆକ୍ସନରେ ଗଞ୍ଜାମ ପୋଲିସ । ଦଶହରା ପୂର୍ବରୁ ଜୁଆ ଆଡ୍ଡାରେ ଚଢାଉ । ୧୦ ଜଣ ଜୁଆଡ୍ଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି ।
ଖବର ଅନୁଯାୟୀ, ବ୍ରହ୍ମପୁର ସୋମନାଥ ନଗରରେ ଥିବା ଏକ ଆପାର୍ଟମେଣ୍ଟ ନିକଟରେ ଜୁଆ ଆଡ୍ଡା ଚାଲିଥିଲା । ଏନେଇ ବ୍ରହ୍ମପୁର ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଆଉ ଏହି ସୂଚନା ଆଧାରରେ ସୋମନାଥ ନଗର ଆପାର୍ଟମେଣ୍ଟ ନିକଟରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ୧୦ ଜଣ ଜୁଆଡ୍ଡିଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ଘଟଣାସ୍ଥଳରୁ ୭୮ ହଜାର ୧୦୦ ଟଙ୍କା ଜବତ ହୋଇଛି ।
Related Posts
ମିଗ୍ଜୋମ୍ ଆଣିଲା ବର୍ଷା: ବଢିବ ଶୀତ, ଖସିବ ରାତିର ପାରଦ
8 December 2023
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023