ଜୁଆ ଆଡ୍ଡାରେ ଅତର୍କିତ ଚଢାଉ : ୮ ଗିରଫ, ଟଙ୍କା ଜବତ
23/01/2023 at 2:50 PM

ଫୁଲବାଣୀ ୨୩।୦୧ : ଫିରିଙ୍ଗିଆ ପୋଲିସକୁ ସଫଳତା । ଜୁଆ ଆଡ୍ଡା ଉପରେ ଚଢାଉ । ୮ଜୁଆଡି ଗିରଫ ସହ ଦଶ ହଜାର ଟଙ୍କା ଜବତ ହୋଇଛି ।

ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ କୌଣସି ସୁତ୍ରରୁ ଚଢାଉ କରିଥିଲା । ଫିରିଙ୍ଗିଆରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ୯ ଜଣ ଜୁଆଡ୍ଡିଙ୍କୁ ଗିରଫ କରିବା ସହ୮ ନଗଦ ଦଶ ହଜାର ୧୯୦ ଟଙ୍କା ଜବତ ହୋଇଛି । ଏହାସହି ୫ଟି ମୋବାଇଲ୍, ଫୋନ୍ ଏବଂ ତାସ ମଧ୍ୟ ସିଜ୍ କରିଛି ପୋଲିସ । ଏନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଫିରିଙ୍ଗିଆ ର ବିଭିନ୍ନ ସ୍ଥାନରେ ଜୁଆ ଖେଳ ଚାଲିଥିବା ନେଇ କିଛି ମାସ ହେଲା ଅଭିଯୋଗ ହୋଇ ଆସୁଥିଲା l

ସୂଚନାଯୋଗ୍ୟ ଯେ, ଫିରିଙ୍ଗିଆ ଥାନା ଅଧିକାରୀ ଭାବେ କରିଛି ଦିନ ତଳେ ଦାୟିତ୍ୱ ଗ୍ରହଣ କରିଥିଲେ ତପନ କୁମାର ନାହାକ । କମ୍ ଦିନରେ ଅଞ୍ଚଳରେ ଚାଲିଥିବା ବେଆଇନ ମଦ କାରବାର, ଜୁଆ ଆଡ୍ଡା, ଚୋରା ଗଂଜେଇ ଚାଲାଣକାରିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସଫଳ ହୋଇଛନ୍ତି l ଫିରିଙ୍ଗିଆ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଭାଇଚାରା ପ୍ରତିଷ୍ଠାରେ ଥାନା ଅଧିକାରୀ ଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି l