ମସଲା କାରଖାନାରେ ପୋଲିସ ଚଢ଼ଉ, ୩୦୦ କିଲୋ ନକଲି ମସଲା ଜବତ: ଗଧ ଗୋବର ଓ ନକଲି ରଙ୍ଗରେ ହେଉଥିଲା ତିଆରି

Published By : Prameya-News7 Bureau | December 16, 2020 IST

ଲକ୍ଷ୍ନୌ ୧୬/୧୨ : ଉତ୍ତର ପ୍ରଦେଶ ହାଥରସରୁ ଅପମିଶ୍ରଣ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ପୋଲିସ ଏକ ମସଲା କାରଖାନାରେ ଚଢ଼ଉ କରିଥିଲା। ମସଲାରେ ଗଧର ଗୋବର, ଶୁଖିଲା ଘାସ, ନକଲି ରଙ୍ଗ ଓ ତେଜାଵରେ ନକଲି ମସଲା ପ୍ରସ୍ତୁତ କରାଯାଉଥିଲା। ପୋଲିସ ବହୁ ପରିମାଣର ମସଲା ଯାଞ୍ଚ ପାଇଁ ପଠାଇଛି। ଯାଞ୍ଚ ପରେ କାରଖାନା ମାଲିକ ବିରୋଧରେ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆଇନ ଅନୁଯାୟୀ ମାମଲା ରୁଜ୍ଜୁ କରାଯିବ। ପୋଲିସ ସୂଚନା ଅନୁଯାୟୀ କାରଖାନାରୁ ୩୦୦ କିଲୋଗ୍ରାମ ନକଲି ମସଲା ଜବତ ହୋଇଛି।

{"id":378165,"sizeSlug":"large","linkDestination":"none"}

ହାଥରସ ଜିଲ୍ଲା ନବୀପୁର ଅଞ୍ଚଳରେ ପୋଲିସ ଲାଲ ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ପାଉଡର, ହଳଦୀ ସମେତ ଅନ୍ୟାନ୍ୟ ମସଲା ଜବତ କରିଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ମସଲାରେ ବିପଦଜନକ ପଦାର୍ଥ ମିଶ୍ରଣ କରାଯାଉଛି ଯାହା ଖାଇବାରେ କଦାପି ବ୍ୟବହାର କରିବା ଉଚିତ ନୁହେଁ। ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ, କାରଖାନା ମାଲିକ ଅନୁପ ବର୍ଷାନିଙ୍କୁ ଗିରଫ କରାଯାଇଛି ଏବଂ କାରଖାନା ସିଲ କରାଯାଇଛି।

{"id":378167,"sizeSlug":"large","linkDestination":"none"}

ପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶର ଏକ ବସ୍ତି ଅଞ୍ଚଳରୁ ଏହିଭଳି ଅପମିଶ୍ରଣ ମସଲା ମାମଲା ସାମ୍ନାକୁ ଆସିଥିଲା। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ ତତ୍କାଳ ଟିକେଟ ବିକ୍ରି କରୁଥିବା ରାକେଟର ପର୍ଦ୍ଦାଫାଶ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.