ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ନକଲି କଲ୍ ସେଣ୍ଟରରେ ପୋଲିସର ରେଡ୍, ୫ ଗିରଫ

20/12/2019 at 7:59 AM

ଗ୍ରେଟର ନୋଏଡା ୨୦।୧୨: ଗ୍ରେଟର ନୋଏଡା ଥାନା ଅଞ୍ଚଳର ସୁରଜପୁରରେ ଏକ ନକଲି କଲ୍ ସେଣ୍ଟର ଠାବ କରିଛି ପୋଲିସ ।  ପୋଲିସ ଚଢାଉ କରି ୫ଜଣଙ୍କୁ ଗିରଫ, ୧୭ଟି ମୋବାଇଲ, ୫୦ଟି ସମ୍ କାର୍ଡ, ଲାପ୍‌ଟପ୍ ଓ ନଗଦ ୧୧ହଜାର ଟଙ୍କା ଜବତ କରିଛି ପୋଲିସ । ଲୋକମାନଙ୍କୁ ମିଛ ଫୋନ କଲ୍ କରି ସେମାନଙ୍କ ଟଙ୍କା ହଡପ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ପୋଲିସ ଗିରଫ କରିଥିବା ଅଭିଯୁକ୍ତମାନେ ବହୁତ ଦିନ ହେବ ସାଧାରଣଲୋକଙ୍କ ଫୋନ କଲ୍ ମାଧ୍ୟମରେ ଅଫରର ଲୋଭ ଦେଖାଇ ସେମାନଙ୍କର OTPକୁ ବ୍ୟବହାର କରି ଆକାଉଣ୍ଟରୁ ଟଙ୍କା ଉଠାଣ କରୁଥିଲେ । ପୋଲିସ ନିକଟରେ ଏହି ଠକେଇ ନେଇ ଅଭିଯୋଗ ଆସିବା ପରେ ବିଳମ୍ବିତ ରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି ।  ଘଟଣାରେ ଅନ୍ୟ କେତେଜଣ ସଂପୃକ୍ତ ଥିବା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

   Related Posts