ହୋଟେଲରେ ଚାଲିଥିଲା ଦେହ ବ୍ୟବସାୟ, ରାତିଅଧିଆ ଚଢାଉ କଲା ପୋଲିସ
2/02/2023 at 9:27 AM

ବୌଦ୍ଧ ୦୨।୦୨ : ବୌଦ୍ଧ ସହରରେ ବିଭିନ୍ନ ହୋଟେଲ୍ରେ ରାତିଅଧିଆ ପୋଲିସର ଚଢାଉ । ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗରେ ଚଢାଉ କରିଥିଲା ପୋଲିସ ।

ଖବର ଅନୁଯାୟୀ, ବୁଧବାର ରାତିରେ ବୌଦ୍ଧ ସହର ବାଘଗୁଡ଼ା ଛକରେ ଥିବା ସ୍ବପ୍ନପୁରୀ ଲଜ୍ ଏବଂ ହୋଟେଲ ଭବାନୀ ପ୍ଲାଜାରେ ଚଢ଼ାଉ କରିଥିଲା ପୋଲିସ । ଦେହ ବ୍ୟବସାୟ ଚାଲୁଥିବା ନେଇ ଖବର ପାଇ ଚଢ଼ାଉ କରିଥିଲା ସ୍ପେଶାଲ୍ ସ୍କ୍ୱାର୍ଡ । ଦୁଇଟି ହୋଟେଲରୁ ଦେହଜୀବୀଙ୍କ ସହ ଗ୍ରାହକଙ୍କୁ ଉଠାଇନେଲା ପୋଲିସ୍। ତେବେ କେତେଜଣ ଦେହଜୀବୀ ଏବଂ ଗ୍ରାହକ ଅଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023