ରାଜଧାନୀର ୨୭ଟି ବାର୍‌ରେ କମିଶନରେଟ୍ ପୋଲିସର ଚଢାଉ : କୋଭିଡ୍ ନିୟମ ଭାଙ୍ଗି ମଦ ବିକ୍ରି ଅଭିଯୋଗ, ମୋଟା ଅଙ୍କର ଫାଇନ୍ ଆଦାୟ

Published By : Prameya-News7 Bureau | December 13, 2020 IST

ଭୁବନେଶ୍ୱର ୧୩।୧୨: ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବାର୍ ଗୁଡ଼ିକ ଉପରେ ଚଢ଼ାଉ । କୋଭିଡ୍ ନିୟମ ଉଲଂଘନ କରି ସେଠାରେ ମଦ ବିକ୍ରି କରାଯାଉଥିବା ଅଭିଯୋଗରେ ପୋଲିସ ଚଢ଼ାଉ କରିଛି। ଲକ୍ଷ୍ମୀସାଗର,ଖାରବେଳ ନଗର ଓ ୟୁନିଟ-୮ ଅଞ୍ଚଳରେ ଥିବା ବିଭିନ୍ନ ବାର୍ ଉପରେ ଏହି ଚଢ଼ାଉ କରିଥିଲା କମିଶନରେଟ୍ ପୋଲିସ । ରାଜଧାନୀର ୨୭ ଟି ବାରରେ ରେଡ୍ କରାଯାଇଛି । ରେଡ୍ ବେଳେ ମୋଟା ଅଙ୍କର ଫାଇନ୍ ଆଦାୟ କରିଛି ପୋଲିସ୍ ।

{"id":376654,"sizeSlug":"large","linkDestination":"none"}

ଖବର ଅନୁଯାୟୀ,  କରୋନା କଟକଣା ପାଇଁ ସରକାର ସବୁ ବାର୍‌ ବନ୍ଦ କରିଥିଲେ। କୌଣସି ବାର୍‌ ମାଲିକ ଗ୍ରାହକଙ୍କୁ ବସାଇ ମଦ ଦେଇପାରିବେ ନାହିଁ। କେବଳ ଅନ୍‌ଲାଇନ୍‌ରେ ବିକ୍ରି କରିବେ। କିଛିଦିନ ସବୁ ଠିକ୍‌ଠାକ୍‌ ଥିଲା । କିନ୍ତୁ ଏବେ କୌଣସି ବାର୍‌ ମାଲିକ କୋଭିଡ଼ ନିୟମ  ମାନୁନାହାନ୍ତି, ବରଂ ଖୋଲାଖୋଲି ଭାବେ ଗ୍ରାହକଙ୍କୁ ମଦ ପରଶୁଛନ୍ତି । ଏପରିକି କିଛି ମାଲିକ ଡ୍ୟାନ୍ସ ବାର ବି ଖୋଲିବାକୁ ପଛାଇ ନାହାନ୍ତି । ଏନେଇ ୨ ଦିନ ତଳେ କମିଶନରେଟ ପୋଲିସକୁ ଅଭିଯୋଗ ମିଳିଥିଲା । ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ, ନୂଆପଲ୍ଲୀ ଥାନା, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ଖାରବେଳନଗର ଓ ବଡ଼ଗଡ଼ ଥାନା ପୁଲିସ୍‌ ଏକା ସାଙ୍ଗରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା ମ୍ୟାଡ୍‌ ମୁଲ୍‌ ବାର୍‌ରୁ ୩୦ ଜଣ, କଟକ ରୋଡ୍‌ ମହାନ୍ତି ବାରରେ ୨ ଜଣ ଯୁବତୀଙ୍କ ସହ ୪୦ ଜଣ ଗ୍ରାହକ ଥିଲେ । ଏପରିକି ବାର୍‌ରେ ଥିବା ଗ୍ରାହକ ଓ କର୍ମଚାରୀମାନେ ମାସ୍କ ବି ପିନ୍ଧି ନଥିଲେ ବୋଲି ପୁଲିସ୍‌ କହିଛି ।

{"id":376655,"sizeSlug":"large","linkDestination":"none"}

ଖାରବେଳ ନଗର ଓ କ୍ୟାପିଟାଲ ଥାନା ଅଂଚଳରେ ଥିବା ୬ଟି ବାର ଉପରେ ଏକକାଳୀନ ଚଢଉ କରାଯାଇଥିଲା। ଚଢଉ ବେଳେ ୭୨ ଜଣଙ୍କଠାରୁ ୨୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଲକ୍ଷ୍ମୀସାଗର ଓ ବରଗଡ ଥାନା ଅଧୀନ ୧୦ଟି ବାରରେ ଚଢଉ କରାଯାଇଥିଲା । ସ୍ୱାଗତ ବାର ଓ ମହାନ୍ତି ବାରରେ ଖୋଲାଖୋଲି ଗ୍ରାହକଙ୍କୁ ମଦ ପରସାଯାଉଥିଲା । ସେମାନଙ୍କଠାରୁ ୪ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ଚଢଉରେ ୨ ପ୍ଲାଟୁନ ଫୋର୍ସ ଓ ୧୫ ଜଣ ଅଧିକାରୀ ସାମିଲ ଥିଲେ । ସେପଟେ ଯେଉଁ ବାର୍‌ରେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରି ମଦ କାରବାର କରାଯାଉଥିଲା ସେ ସବୁକୁ ସିଲ୍‌ କରିବାକୁ ପୁଲିସ୍‌ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଅବକାରୀ ବିଭାଗକୁ ଚିଠି ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.