scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିଶା ମାଫିଆଙ୍କ ଦୌରାତ୍ମ୍ୟ, ପୋଲିସ ଏସ୍ଆଇଙ୍କୁ ଆକ୍ରମଣ

19/08/2023 at 8:28 AM

ଭୁବନେଶ୍ୱର ୧୯।୦୮: ରାଜଧାନୀରେ ନିଶା ମାଫିଆଙ୍କ ଦୌରାତ୍ମ୍ୟ। ଗୋଟିଏ ପଟେ ବ୍ଲକିଂ ଚେକିଂ ଜୋରଦାର ଚାଲିଥିବା ବେଳେ ଅନ୍ୟପଟେ ନିଶା ମାଫିଆଙ୍କ ଦୌରାତ୍ମ୍ୟ ବଢିଛି। ଶିଶୁପାଳଗଡ଼ ରାସ୍ତାରେ ଚଢାଉ ବେଳେ ଧଉଳି ଥାନା ଏସଆଇ ରମେଶ ଭୋଳଙ୍କୁ ନିଶା ମାଫିଆମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ରମେଶଙ୍କ ମୁଣ୍ଡ ଫାଟି ଯାଇଛି। କିଛି ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଖବର ଅନୁଯାୟୀ,  ଶୁକ୍ରବାର ରାତିରେ ରସୁଲଗଡ଼ ଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ପୋଲିସ ଧର ପଗଡ଼ ଚାଲିଥିଲା। ସେପଟେ ଧଉଳି ଥାନା ଏସଆଇ ରମେଶ ଭୋଳ ନିଶା ମାଫିଆଙ୍କୁ ଧରିବା ପାଇଁ ଶିଶୁପାଳଗଡ଼ ରାସ୍ତାରେ ଚଢାଉ କରିଥିଲେ। ସାଙ୍ଗରେ ଅନ୍ୟ ଦୁଇଜଣ ଷ୍ଟାଫ୍ ମଧ୍ୟ ଥିଲେ। ହଠାତ୍ ନିଶା ମାଫିଆମାନେ ରମେଶଙ୍କ ଉପରକୁ ଆକ୍ରମଣ କରିଥିଲେ। ଯାହାଫଳରେ ରମେଶଙ୍କ ମୁଣ୍ଡ ଫାଟି ଯାଇଛି। କିଛି ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

   Related Posts