Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଆକ୍ସନରେ କମିଶନରେଟ୍‌ ପୋଲିସ, ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍‌ରେ ରେଡ୍‌

19/03/2023 at 9:02 AM

ଭୁବନେଶ୍ଵର ୧୯।୦୩ : ଆକ୍ସନରେ କମିଶନରେଟ୍‌ ପୋଲିସ । ରାଜଧାନୀର ବିଭିନ୍ନ ବାର୍ ଓ ନାଇଟ କ୍ଳବ୍‌ରେ ଚଢ଼ାଉ। କଟକ ରୋଡ ସ୍ଥିତ ହୋଟେଲ ଦିପାଲି, ବାର୍ବି, କିପ ଇଟ ଅପ୍, ରସୁଲଗଡ ସ୍ଥିତ ହୋଟେଲ ଉର୍ମି ଉପରେ ଚଢାଉ କରାଯାଇଛି।

ଖବର ଅନୁଯାୟୀ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା ବାର୍ ।  ଖାସ୍‌ କରି ନିୟମ ମାନୁନଥିବା ବାର୍ ଗୁଡ଼ିକ ଉପରେ ଏହି ଚଢ଼ାଉ କରାଯାଇଛି। ଏହି ଚଢାଉରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ଟିମ୍ ୬୦ ଓ ପିଓପିଡି ଅଧିକାରୀମାନେ ସାମିଲ ହୋଇଥିଲେ । ସେଫ୍ ସିଟି ଡ୍ରାଇଭ୍ ଅଭିଯାନ ଆଧାରରେ ଏହି ରେଡ କରିଛି ପୋଲିସ୍ । ରେଡ୍‌ ବେଳେ ବାର ଗୁଡ଼ିକରେ ଯେଉଁ ଗ୍ରାହକମାନେ ଥିଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। 

   Related Posts