ଠକ ସଂସ୍ଥାରେ ପୁଣି ଚଢାଉ, ୪ କର୍ମଚାରୀଙ୍କୁ ଉଠାଇନେଲା ପୋଲିସ
7/01/2023 at 12:42 PM

କଟକ ୦୭।୦୧ : ଠକ ସଂସ୍ଥା A to Z ସଲ୍ୟୁସନ ଉପରେ ପୁଣି ଚଢାଉ । ବାଦାମବାଡ଼ି ଥାନା ପୋଲିସର ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଅନେକ ଗୁରୁତ୍ଵପୂର୍ଣ୍ଣ ଫାଇଲ ଓ କାଗଜପତ୍ର ଜବତ ହୋଇଛି ।
ସେହିପରି ସଂସ୍ଥାର ଚାରି ଜଣ ମହିଳା କର୍ମଚାରୀଙ୍କୁ ଉଠେଇ ନେଲା ପୋଲିସ। ଚାକିରୀ ଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଛନ୍ତି A to Z ସଲ୍ୟୁସନ ସଂସ୍ଥାର ମାଲିକ ବିନୟ ଦାସ। ବିନୟଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇଛି ପୋଲିସ।
ଖବର ଅନୁଯାୟୀ, ପୂର୍ବରୁ ମଧ୍ୟ A to Z ସଲ୍ୟୁସନ ସଂସ୍ଥାରେ ଚଢାଉ କରିଥିଲା କମିଶନରେଟ୍ ପୋଲିସ । ସଂସ୍ଥା ଚାକିରି ଲୋଭ ଦେଖାଇ ଶହ ଶହ ଯୁବକ ଓ ଯୁବତୀମାନଙ୍କୁ ଠକିଥିଲା । ଯାହାର ଅଭିଯୋଗ ପରେ ଛାନ୍ଭିନ୍ ଆରମ୍ଭ କରି କଟକ ପୋଲିସ ।
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023