ନକଲି ଘିଅ ଫ୍ୟାକ୍ଟ୍ରି ଉପରେ ଚଢ଼ଉ, ମାଲିକଙ୍କୁ ବାନ୍ଧିଲା ପୋଲିସ୍‌

Published By : Prameya-News7 Bureau | November 09, 2023 IST

ବ୍ରହ୍ମପୁର: ନକଲି ଘିଅ ଫ୍ୟାକ୍ଟ୍ରି ଉପରେ ଚଢ଼ଉ। ବିପୁଳ ପରିମାଣର ନକଲି ଘିଅ ଜବତ। ଗୁରୁବାର ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳରେ ଥିବା ଏକ ନକଲି ଘିଅ ଫ୍ୟାକ୍ଟ୍ରି ଉପ​‌ରେ ଚଢ଼ଉ କରି ନକଲି ଘିଅ ଜବତ କରିବା ସହ ଜଣକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ୍‌।

ଏହି ୟୁନିଟ୍‌ରେ ମା’ ଦୁର୍ଗା ନାମରେ ନକଲି ଘିଅ ପ୍ରସ୍ତୁତି କରାଯାଉଥିଲା। ପୋଡ଼ା ତେଲ, ନିମ୍ନ ମାନର ପାମ୍‌ ତେଲ ସହ ବିପଦଜନକ କେମିକାଲ ମିଶ୍ରଣ କରି ନକଲି ଘିଅ ପ୍ରସ୍ତୁତ କରି ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ନକଲି ଘିଅ ଚାଲାଣ ହେଉଥିଲା। ଏହି ଘିଅ ପ୍ୟାକେଟରେ ଟ୍ରେଡ ଲାଇସେନ୍ସ ନଂ, ପ୍ରସ୍ତୁତି ତାରିଖ କିମ୍ବା ଏକ୍ସପାୟରୀ ତାରିଖ ମଧ୍ୟ ଉଲ୍ଲେଖ ନାହିଁ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ହସ୍ପିଟାଲ ଅଧ୍ୟକ୍ଷ, ଏକାସାଙ୍ଗେ ୬ଟି ସ୍ଥାନରେ ଚାଲିଛି ଚଢାଉ

ତେବେ ଏହି ୟୁନିଟ୍‌ରେ ଚଢ଼ଉ କରିବା ସହ ମାଲିକ ଇପାରୀ ରାଜେଶ୍ୱରୀ ପାତ୍ରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍। ପ୍ରାୟ ଦୁଇ ବର୍ଷ ହେଲା ଏଭଳି ବ୍ୟବସାୟ କରୁଥିଲେ ସେ । ପୂର୍ବରୁ ମଧ୍ୟ ବେଆଇନ ଗୁଟଖା ବ୍ୟବସାୟ ମାମଲାରେ ସମ୍ପୃକ୍ତ ମଲିକ ଗିରଫ ହୋଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି. ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.