ବଡ଼ବିଲ ୨୫/୦୧: ରାତିରେ ଡକାୟତି ଯୋଜନା ପଣ୍ଡ କରି ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ, ୨ଟି ଅଫୁଟା ଗୁଳି ଓ ୬ଟି ବାଇକ୍, ଛୁରି, କଟୁରି, ୪ଟି ଲଙ୍କା ଗୁଣ୍ଡ ପ୍ୟାକେଟ୍ ଓ ମୁଖା ଜବତ୍ କରାଯାଇଛି। ଏପରି ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଅଞ୍ଚଳରୁ ସାମ୍ନାକୁ ଆସିଛି। ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ନବୀନ ମହାକୁଡ଼ (ଚମ୍ପୁଆ ବସ୍ତିର), ଆକାଶ କାରୁଆ(କଳିଙ୍ଗ ନ୍ୟୁ କଲୋନୀ), ରାଜେନ୍ଦ୍ର ମହାକୁଡ଼(ଦାମୁ ହାଟିଂ) ଓ ମନୋଜ ମୁଣ୍ଡା (ମାଗାଜିନ୍ ହଟିଂ)।
{"id":737487,"sizeSlug":"full","linkDestination":"none"}ଖବରଇ ଅନୁସାରେ, ମଙ୍ଗଳବାର ବା ଗତକାଲି ବିଳମ୍ୱିତ ରାତିରେ ବଡ଼ବିଲ ରାଜୀବ ବିହାର ପାଖ ପଡିଆରେ ଏହି ଅଭିଯୁକ୍ତମାନେ ଡ଼କାୟତି ଯୋଜନା କରୁଥିଲେ। ଏନେଇ ଖବରପାଇ ବଡ଼ବିଲ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ପୋଲିସ୍ ଗିରଫ ୪ ଜଣ ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ଅନ୍ଧାରର ସୁଯୋଗ ନେଇ ୨ ଅଭିଯୁକ୍ତ ସେଠାରୁ ଫେରାର ଅଛନ୍ତି।
{"id":737488,"sizeSlug":"full","linkDestination":"none"}ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଛି। ସେମାନଙ୍କୁ ବୁଧବାର ଆଜି ଅଦାଲତ ଚାଲାଣ କରାଯାଇଥିବା ବେଳେ, ଫେରାରମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବଡ଼ବିଲ ଥାନାଧିକାରୀ ଜଣାଇଛନ୍ତି।