ରମେଶ ସ୍ବାଇଁଙ୍କ ଖୁଣ୍ଟୁଣୀ ସ୍ଥିତ ଫାର୍ମ ହାଉସ୍‌ରେ ଛାନଭିନ୍, ଆନ୍ଧ୍ର ବ୍ୟବସାୟୀଙ୍କଠୁ ବାକିରେ ଆଣିଥିଲେ ଚାରା

Published By : Prameya-News7 Bureau | February 23, 2022 IST

ଆଠଗଡ ୨୩।୨: ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ ଘଟଣାରେ ପୁଣି ଆସିଲା ନୂଆ ମୋଡ । କଟକ ଆଠଗଡ଼ ଖୁଣ୍ଟୁଣୀ ଥାନା ଖମାରନୂଆଗାଁଠାରେ ଥିବା ରମେଶର ଫାର୍ମ ହାଉସରେ ପହଞ୍ଚି ଭୁବନେଶ୍ବର କମିଶନରେଟ୍ ପୋଲିସର ଛାନଭିନ୍ ଆରମ୍ଭ କରିଛି । ଲୋକଙ୍କଠାରୁ ଠକେଇରୁ ମିଳିଥିବା ଟଙ୍କାରେ ରମେଶ କିଣିଥିବା ଅଭିଯୋଗ ପାଇବା ପରେ ପୋଲିସ ପ୍ରାୟ ୩୦ ଏକର ସ୍ଥାନରେ ପରିମିତ ଏହି ଫାର୍ମ ହାଉସରେ ରେଡ୍ କରିଛି ।

ସୂଚନାଯୋଗ୍ୟ ଯେ, ରସିକିଆ ଡାକ୍ତର ରମେଶ ଖୁଣ୍ଟୁଣୀ ଥାନା ଖମାରନୂଆଗାଁ ଅଞ୍ଚଳରେ ଏହି ଫାର୍ମ ହାଉସ କରିଥିବା ବେଳେ ସେହି ଫାର୍ମ ହାଉସରେ ଲଗାଯାଇଥିବା ଚାରାକୁ ଜଣେ ଆନ୍ଧ୍ର ବ୍ୟବସାୟୀଙ୍କ ଠାରୁ ବାକିରେ ଆଣିଥିଲେ ।  କିନ୍ତୁ ବାକି ଟଙ୍କା ସୁଝି ନାହାନ୍ତି ।  ଏନେଇ ସମ୍ପୃକ୍ତ ବ୍ୟବସାୟୀ ଜଣଙ୍କ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଏହି ଚଢାଉ କରିଥିଲା । ତେବେ ଯାଞ୍ଚ ସମୟରେ ଫାର୍ମ ହାଉସରେ କାମ କରୁଥିବା କର୍ମଚାରୀମାନଙ୍କର ମଧ୍ୟ ଦରମା ସହିତ ଠିକାରେ କାମ କରୁଥିବା ସଂସ୍ଥାର ଟଙ୍କା ମଧ୍ୟ ବାକି ରଖିଛନ୍ତି ।

ସେପଟେ ରମେଶ ନିୟମିତ ବ୍ୟବଧାନରେ ଏହି ଫାର୍ମ ହାଉସକୁ ଆସୁଥିବା ଏବଂ ସେମାନଙ୍କର ଟଙ୍କା ମଧ୍ୟ ବକେୟା ରଖିଥିବା କଥା କହିଛନ୍ତି ଫାର୍ମ ହାଉସ କର୍ମଚାରୀ । ଏହି ଫାର୍ମ ହାଉସରେ ଦୁଇଟି ପୋଖରୀ, ବିଦେଶୀ ନଡ଼ିଆ ଗଛ, ଆମ୍ବ ଗଛ ପରି ବହୁ ମୂଲ୍ୟବାନ ଗଛ ସବୁ ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.