ସେକ୍ସ ରାକେଟ୍‌ ଆଡ୍ଡାରେ ପୋଲିସ ଚଢ଼ଉ; ରାଣୀ ମହୁମାଛି ସହ ୫ ଯୁବତୀ ଉଦ୍ଧାର

Published By : Prameya-News7 Bureau | November 22, 2022 IST

ରାଉରକେଲା ୨୨/୧୧: ରାଉରକେଲା ସହରରେ ଚାଲିଥିବା ସେକ୍ସ ରାକେଟ୍ ଆଡ୍ଡା ଉପରେ ଚଢାଉ କରିଛି ପୋଲିସ। ଛେଣ୍ଡ କଲୋନୀ ଅଞ୍ଚଳର ବେହେରା ଛକ ଇସିଆର ୨୧୬ ନମ୍ୱର କ୍ୱାଟରରେ ଗତ କିଛି ଦିନ ହେଲା ସେକ୍ସ ରାକେଟ ଚାଲୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ଛେଣ୍ଡ ପୋଲିସ ସେହି କ୍ୱାର୍ଟରରେ ଚଢ଼ଉ କରି ରାଣୀ ମହୁମାଛିକୁ କାବୁ କରିବା ସହିତ ୪ ଯୁବତୀଙ୍କୁ ଉଦ୍ଧାର କରିଛି।

{"id":712464,"width":464,"height":255,"sizeSlug":"full","linkDestination":"none"}

ପଶ୍ଚିମବଙ୍ଗ ସହ ଅନ୍ୟାନ୍ୟ ଅଞ୍ଚଳରୁ ଯୁବତୀମାନଙ୍କୁ ଆଣି ସେଠାରେ ଦେହ ବେପାର ହେଉଥିବା ଅଭିଯୋଗ ହୋଇଥିଲା। ଏହି ରାକେଟ୍‌ର ଚେର କେତେ ବାଟ ଲମ୍ୱିଛି ଓ ଏଥିରେ ଅନ୍ୟ କାହାର ହାତ ରହିଛି ସେ ନେଇ ଏବେ ପୋଲିସ ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.